ଝାରଖଣ୍ଡରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; ୨୧ ଜୱାନ ଗୁରୁତର


ରାଞ୍ôଚ, ୨୮/୫  : ଝାରଖଣ୍ଡରେ ନକ୍ସଲମାନେ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି  । ଝାରଖଣ୍ଡର ସରାଇକଳା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଜୱାନଙ୍କ ଗାଡ଼ିକୁ ଆଇଇଡି ଦ୍ୱାରା ବିସ୍ଫୋରଣ କରି ନକ୍ସଲମାନେ ସେଗୁଡ଼ିକୁ ଉଡ଼ାଇ ଦେଇଛନ୍ତି  । ଏହି ନକ୍ସଲ ଆକ୍ରମଣରେ ପାଟ୍ରୋଲିଂ କରୁଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨୧ ଜଣ ଜୱାନ ଗୁରୁତର ଆହତ ହୋଇଛନ୍ତି  । ଗୁରୁତର ଆହତ ଜୱାନମାନଙ୍କୁ ହେଲିକପ୍ଟର ଯୋଗେ ରାଜଧାନୀ ରାଞ୍ôଚସ୍ଥିତ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି  । ପୁଲିସର କହିବାନୁଯାୟୀ, ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରୁଥିଲେ  । ଏହି ସମୟରେ ସେମାନଙ୍କ ବାହନ ନକ୍ସଲମାନେ ରାସ୍ତାରେ ବିଛାଇଥିବା ଆଇଇଡିର ସଂସ୍ପର୍ଶରେ ଆସିଯାଇଥିଲା  । ଫଳରେ ଭୟଙ୍କର ବିସ୍ଫୋରଣ ଘଟି ସୁରକ୍ଷାକର୍ମୀଙ୍କୁ ନେଇଯାଉଥିବା ଯାନବାହନଗୁଡ଼ିକ କିଛି ଫୁଟ୍ ଉପରକୁ ଉଠି ତଳେ କଚାଡ଼ି ହୋଇପଡ଼ିଥିଲା  । ଏହି ସମୟରେ ନିକଟରେ ଲୁଚି ରହିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ  । ଫଳରେ କୋବ୍ରା ବାହିନୀର ୧୮ ଜଣ ଜୱାନ ଓ ୩ ଜଣ ପୁଲିସକର୍ମୀ ଗୁରୁତର ଆହତ ହୋଇଥିଲେ  । ସେପଟେ ଛତିଶଗଡ଼ରେ ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର ଜିଲ୍ଲାରେ ୨ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିଛି  । ବିଜାପୁର ଜିଲ୍ଲାର ପୁଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ଜିଲ୍ଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ଆଉଟପଲ୍ଲୀ ଗ୍ରାମରେ ୨ ଜଣ ନକ୍ସଲ ଜନମିଲିସିଆ ସଦସ୍ୟ କୋୱାସୀ ହୁଙ୍ଗା (୨୩) ଓ କରଟମାୀ କୋସା (୨୫)ଙ୍କୁ ପୁଲିସ ଗିରଫ କରିଛି  । ପୁଲିସ ସେମାନଙ୍କ ନିକଟରୁ ୪ଟି ବାରୁଦ ସୁରଙ୍ଗ, ବିସ୍ଫୋରଣ ପାଇଁ ବ୍ୟବହୃତ ଡେଟୋନେଟର୍ସ, ବିଜୁଳି ତାର ଓ ସୁଇଚ୍କୁ ଜବତ କରିଛି  ।

Comments