ଶ୍ରୀନଗର, ୩୦/୫
: ଜମ୍ମୁ-କାଶ୍ମୀରକୁ ଆତଙ୍କମୁକ୍ତ
କରିବା ଲାଗି ସେନା ପକ୍ଷରୁ ଆରମ୍ଭ
କରାଯାଇଥିବା ‘ଅପରେସନ୍
ଅଲ୍ଆଉଟ୍’କୁ ଆଉ ଗୋଟିଏ ବଡ଼
ସଫଳତା ମିଳିଛି । ବାରାମୂଳାର
ସୋପୁରରେ ଏନ୍କାଉଣ୍ଟରରେ ୨
ଜଣ ଆତଙ୍କୀ ନିହତ ହୋଇଛନ୍ତି ।
ସେନା ସୂତ୍ରରୁ ପ୍ରକାଶ ଯେ, ଗୁରୁବାର
ମଧ୍ୟାହ୍ଣରେ ବାରାମୂଳାର ସୋପୋର
ଅନ୍ତର୍ଗତ ଦଙ୍ଗେରପୁରାରେ ୩ରୁ ୪
ଆତଙ୍କବାଦୀ ଆତ୍ମଗୋପନ କରିଥିବା
ନେଇ ସୂଚନା ମିଳିଥିଲା । ଏହି
ସୂଚନାକୁ ଆଧାର କରି
ସିଆର୍ପିଏଫ୍, ୨୨ ରାଷ୍ଟ୍ରୀୟ
ରାଇଫଲ୍ସର ଜୱାନ ଏବଂ ଜମ୍ମୁକାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପେରସନ
ଗ୍ରୁପ୍ର କମାଣ୍ଡୋମାନେ ଉକ୍ତ ଅଞ୍ଚଳର
ଘେରାବନ୍ଦୀ ଆରମ୍ଭ
କରିଦେଇଥିଲେ । ତେବେ
ଦଙ୍ଗେରପୁରରେ ଆତଙ୍କବାଦୀମାନେ
ଆତ୍ମଗୋପନ କରିଥିବା ଘରକୁ ଠାବ
କରିବା ସୁୁରକ୍ଷାକର୍ମୀଙ୍କ ପାଇଁ
କଷ୍ଟକର ବ୍ୟାପାର ଥିଲା । ମାତ୍ର କିଛି
ସମୟର ଖାନ୍ତଲାସୀ ପରେ ସେହି
ଘରକୁ ସୁରକ୍ଷାକର୍ମୀମାନେ ଠାବ
କରିଥିଲେ । ଉକ୍ତ ଘରେ
ଆତ୍ମଗୋପନ କରିଥିବା
ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ
ଲାଗି ସୁରକ୍ଷାକର୍ମୀ ଆହ୍ୱାନ ଦେବାରୁ
ଆତଙ୍କବାଦୀମାନେ ଆତ୍ମସମର୍ପଣ
କରିବା ପରିବର୍ତ୍ତେ ପ୍ରଥମେ ଗୁଳି
ଚାଳନା ଆରମ୍ଭ କରିଦେଇଥିଲେ ।
ଏଣୁ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା
ଗୁଳିଚାଳନା କରିଥିଲେ । କିଛି
ସମୟର ଗୁଳି ବିନିମୟ ପରେ
ଏନ୍କାଉଣ୍ଟରରେ ୨ ଜଣ
ଆତଙ୍କବାଦୀ ନିହତ ହୋଇଥିଲା
ବେଳେ ସେମାନଙ୍କ ନିକଟରୁ ପୁଲିସ
ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦକୁ
ଜବତ କରିଛି । ସେପଟେ ମୃତ
ଆତଙ୍କୀଙ୍କ କିଛି ସହଯୋଗୀ ସେଠାରୁ
ଫେରାର ହୋଇଯାଇଥିବାରୁ
ସେମାନଙ୍କୁ ଠାବ କରିବା ଲାଗି
ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ
ଖାନ୍ତଲାସୀ ଜାରି ରହିଛ
Comments
Post a Comment