ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ମେଧାବୀ ଅଭିନନ୍ଦନ-୨୦୧୯


୨୦୧୯ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ   ଗତ ୩୧ ତାରିଖ ଦିନ ଓୟୁଟି ଆସେମ୍ଲି ହଲ୍ ଭୁବନେଶ୍ୱର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶାଙ୍କ ସଭାପତି ଡଃ.ଜାହାନ୍ ଆରା ବେଗମ୍, ସମ୍ମାନିତ ଅତିଥି ଭାବେ ବିଦ୍ୟା ଭାରତୀ ରାଷ୍ଟ୍ରୀୟ ମନ୍ତ୍ରୀ ଡଃ.କିଶୋର ଚନ୍ଦ୍ର ମହାନ୍ତି ଏବଂ ଅଧ୍ୟକ୍ଷ ଭାବେ ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ସଭାପତି ଡଃ. ବିନାୟକ ଦାଶ ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀ, ସେମାନଙ୍କର ମାତାପିତା ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଭାରତୀ ରାଷ୍ଟ୍ରୀୟ ସହସଂଗଠନ ମନ୍ତ୍ରୀ ଶ୍ରୀମାନ୍ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ସମ୍ପାଦକ ଡା.ଲକ୍ଷ୍ମୀକାନ୍ତ ମହାରାଣା ଓ ସଂଗଠନ ସମ୍ପାଦକ ଶ୍ରୀମାନ୍ ରମାକାନ୍ତ ମହାନ୍ତ ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଓଡିଶାର ଗଣମାନ୍ୟ ଶିକ୍ଷାବିତ୍ ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
ଗୋଲଖ ଚନ୍ଦ୍ର ଦାସ

Comments