ମଙ୍ଗଳ ଗ୍ରହରେ ନାସାର କ୍ୟୁରୋସିଟି ରୋଭରକୁ ମିଳିଲା ଚିକିଟା ମାଟିର ଭଣ୍ଡାର
ୱାଶିଂଟନ, ୩୦/୫ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମଙ୍ଗଳଗ୍ରହରେ ଅନୁସନ୍ଧାନ ଜାରି ରହିଛି । ମଙ୍ଗଳ ଗ୍ରହରେ ଜୀବସତ୍ତା ସମ୍ଭବପର କି ନୁହେଁ, ଏହାର ଭୂତଳ କେଉଁ ଧାତୁରେ ଗଠିତ, ଏଠାରେ ପର୍ଯ୍ୟାପ୍ତ ଅମ୍ଲଜାନ ଅଛି କି ନାହିଁ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ୨୦୧୨ରୁ ନାସାର କ୍ୟୁରୋସିଟି ରୋଭର୍ କାମ କରିଆସୁଛି । ଏହାକୁ ୨୦୧୨ରେ ମଙ୍ଗଳ ଗ୍ରହକୁ ଛଡ଼ାଯାଇଥିଲା । ଏହା ଏହାର ଯାତ୍ରାର ୨୪୦୫ ଦିନ ପରେ ଅର୍ଥାତ୍ ୩୧ ମଇ ଦିନ ମଙ୍ଗଳଗ୍ରହର ଦୁଇଟି ସ୍ଥଳ ଏବରଲେଡି ଓ କିଲମାରୀର ଚଟ୍ଟାଣର ନମୂନା ସଂଗ୍ରହ କରି ପରୀକ୍ଷା କରିଥିଲା । ଏହି ପରୀକ୍ଷଣ ପରେ ମଙ୍ଗଳଗ୍ରହର ଏହି ୨ଟି ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ଚିକିଟା ମାଟିର ଭଣ୍ଡାର ଥିବା ଜାଣିପାରିଛି । ସେପଟେ ନାସାର କହିବାନୁଯାୟୀ, କ୍ୟୁରୋସିଟି ରୋଭର ନିମ୍ନ ମାଉଣ୍ଟ ଶାର୍ପ ନିକଟରେ ଏହି ଚିକିଟା ମାଟିର ଭଣ୍ଡାରକୁ ଠାବ କରିପାରିଛି । ତେବେ ଜଳରୁ ହିଁ ଚିକିଟା ମାଟିର ସୃଷ୍ଟି ହେଉଥିବାରୁ ମଙ୍ଗଳ ଗ୍ରହରେ ଜଳର ଉତ୍ସ ଥିବା କ୍ୟୁରୋସିଟି ରୋଭରର ଏହି ଅନୁସନ୍ଧାନରୁ ବୈଜ୍ଞାନିକମାନେ ଜାଣିପାରିଛନ୍ତି । କ୍ୟୁରୋସିଟି ରୋଭରର ସ୍ୱତନ୍ତ୍ର ଉପକରଣ କେମିନ୍ (କେମେଷ୍ଟ୍ରି ଓ ମିନୋରୋଲୋଜି) ଚିକିଟା ମାଟିଥିବା ସ୍ଥାନକୁ ଖୋଳି ଏହାରା ନମୂନାକୁ ସଂଗ୍ରହ କରିଛି ।

Comments
Post a Comment