ଆତଙ୍କୀ ବୁରହାନ ୱାନୀ ଓ ଜାକିର ମୁଷାର ସହର ତ୍ରାଲରେ ବିଜେପିକୁ ସର୍ବାଧିକ ଭୋଟ


ଶ୍ରୀନଗର, ୨୮/୫  : ଜେହାଦ ନାମରେ କାଶ୍ମୀର ଯୁବକମାନଙ୍କୁ ବିଭ୍ରାନ୍ତ କରାଇ ସେମାନଙ୍କ ଦ୍ୱାରା ଘାଟିରେ ନରସଂହାରଚଳାଇ ଶେଷରେ ସୁରକ୍ଷାକର୍ମୀଙ୍କ ସହିତ ଏନ୍କାଉଣ୍ଟରରେ ନିହତ ହୋଇଥିବା ଆତଙ୍କୀ ବୁରହାନ
ୱାନୀ ଓ ଜାକିର ମୁଷାର ସହର ତ୍ରାଲରେ ବିଜେପି ସବୁଠାରୁ ଅଧିକ ଭୋଟ୍ ସାଉଁଟିଛି  । ଚଳିତ
ଲୋକସଭା ନିର୍ବାଚନରେ ତ୍ରାଲ ଅଞ୍ଚଳରେ ଅନନ୍ତନାଗରୁ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ
ତ୍ରାଲରେ ମତଦାତାମାନେ ସର୍ବାଧିକ ୩୨୩ଟି ଭୋଟ୍ ଦେଇଥିଲେ  । ଅନ୍ୟପଟେ
କାଶ୍ମୀରବାସୀଙ୍କ ସ୍ୱାର୍ଥ, ହିତ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନ୍ୟାସନାଲ କନଫରେନ୍ସ
(ଏନ୍ସି)କୁ ୨୩୪ଟି ଭୋଟ୍, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)କୁ ୨୨୦ଟି ଏବଂ
କଂଗ୍ରେସକୁ ୧୪୪ଟି ଭୋଟ୍ ମିଳିଛି  । ଏହାକୁ ନେଇ ତ୍ରାଲରେ ବିଜେପି ଅଧ୍ୟକ୍ଷ ଅଲତାଫ
ଠାକୁର କୁହନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ତ୍ରାଲ ବିଧାନସଭାରେ ବିଜେପିକୁ
ପ୍ରଥମ ଥର ପାଇଁ ବିପୁଳ ଭୋଟ୍ ମିଳିଛି  । ଆତଙ୍କଗ୍ରସ୍ତ ତ୍ରାଲ୍ ପାଇଁ କୌଣସି ରାଜନୈତିକ
ଦଳ କିଛି କରିନଥିବାରୁ ଏଠାକାର ଯୁବପୀଢ଼ି ବହୁତ ଅସନ୍ତୋଷ ଥିଲା ଏବଂ ଏହି କାରଣୁ
ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭରସା ରଖି ବିଜେପିକୁ ଭୋଟ୍ ଦେଇଛନ୍ତି  ।

Comments