ନୂଆଦିଲ୍ଲୀ, ୨୮/୫ : ଓଡ଼ିଶାର ଚାନ୍ଦିପୁର ପରୀକ୍ଷଣ ରେଞ୍ଜରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ପ୍ରକ୍ଷେପିତ ହୋଇପାରୁଥିବା ବାୟୁସେନାର ଆକାଶ ଏମ୍କେ-୧ର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶମାର୍ଗରେ ୨୫ କି.ମି. ଦୂରତା ପର୍ଯ୍ୟନ୍ତ ଶତ୍ରୁ ପକ୍ଷର ଯୁଦ୍ଧବିମାନ, ହେଲିକପ୍ଟର, ଡ୍ରୋନ୍କୁ ସଫଳତାର ସହିତ ଆକାଶ ଏମ୍କେ୧ ବିମାନ ନିରୋଧକ ମିସାଇଲ୍ ଲକ୍ଷ୍ୟଭେଦ କରିପାରିବ । ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ରକୁ ବାୟୁସେନା ପକ୍ଷରୁ ପାକିସ୍ତାନ ଓ ଚୀନ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି । ଏଥିପୂର୍ବରୁ ଶୁକ୍ରବାର ଡିଆରଡିଓ ପକ୍ଷରୁ ରାଜସ୍ଥାନର ପୋଖରଣ ଠାରେ ସୁଖୋଇ ୩୦ ଏମ୍କେଆଇ ବିମାନରୁ ୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଗାଇଡେଡ୍ ବୋମାର ସଫଳ ପରୀକ୍ଷଣ କରାଯାଇଥିଲା । ଏହି ବୋମାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ପରୀକ୍ଷାର ସଫଳତା ପରେ ଏହି ଶ୍ରେଣୀର ସମସ୍ତ ବୋମା ଓ ଯୁଦ୍ଧାସ୍ତ୍ରକୁ ସୁଖୋଇ ୩୦ ଏମ୍କେ ଆଇ ବିମାନରୁ ସଫଳତା ପୂର୍ବକ ଯୁଦ୍ଧବେଳେ ପ୍ରୟୋଗ କରାଯାଇ ଶତ୍ରୁପକ୍ଷର ଟ୍ୟାଙ୍କ୍, ବିମାନ ଓ ତୋପଖାନାକୁ ଧ୍ୱଂସ କରାଯାଇପାରିବ ବୋଲି ବାୟୁସେନା କହିଛି ।

Comments
Post a Comment