ଦକ୍ଷିଣ ଆଫ୍ରିକା ମନ୍ତ୍ରିମଣ୍ଡଳରେ ୫୦% ମହିଳା; ୨ ଭାରତୀୟ ସାମିଲ୍


ଜୋହାନ୍ସବର୍ଗ, ୩୦/୫ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ନିଜର ନୂତନ କ୍ୟାବିନେଟ୍ରେ ୨ ଜଣ ଭାରତୀୟ ନେତାଙ୍କୁ ସାମିଲ କରିଛନ୍ତି  । ଏଥିସହିତ ସେ ତାଙ୍କର କ୍ୟାବିନେଟ୍ରେ ୫୦% ମହିଳାଙ୍କୁ ସାମିଲ କରିଛନ୍ତି  । ରାମଫୋସାଙ୍କ କ୍ୟାବିନେଟ୍ରେ ମନ୍ତ୍ରୀଙ୍କ ସଂଖ୍ୟା ୩୬ରୁ ହ୍ରାସ ପାଇ ୨୮ ହୋଇଯାଇଛି  । ପୂର୍ବ ମନ୍ତ୍ରିମଣ୍ଡଳରେ କେତେକ ମନ୍ତ୍ରୀ ଭ୍ରଷ୍ଟାଚାରରେ ସଂଶ୍ଲିଷ୍ଟ ଥିବାରୁ ସେମାନଙ୍କୁ ରାମାଫୋସ ଏହି ନୂତନ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି  । ତାଙ୍କ ନେତୃତ୍ୱରେ ଆଫ୍ରିକା ନ୍ୟାସନାଲ୍ କଂଗ୍ରେସ (ଏଏନ୍ସି) ଦଳ ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ନିର୍ବାଚନରେ ୫୭.୫%ର ବହୁମତ ହାସଲ କରିଥିଲା  । ପ୍ରକାଶ୍ୟ ଯେ, ଜ୍ୟାକବ ଜୁମା ଗତ ବର୍ଷ ଭଷ୍ଟ୍ରାଚାରରେ ସଂଶ୍ଲିଷ୍ଟ ଥିବା ପ୍ରମାଣିତ ହେବା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା ଓ ତାଙ୍କ ସ୍ଥାନରେ ରାମାଫୋସ ରାଷ୍ଟ୍ରପତି ପଦରେ ଆସୀନ ହୋଇଥିଲେ  ।

Comments