ଅବସରପ୍ରାପ୍ତ ପୁଲିସ ଓ ସେନାଧିକାରୀଙ୍କୁ ହତ୍ୟା କରିବାକୁ ମସୁଧା


ନୂଆଦିଲ୍ଲୀ, ୨୮/୫  : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଆଗାମୀ ଦିନରେ ପଞ୍ଜାବରେ ଏକ ବଡ଼ ଧରଣର ଆକ୍ରମଣ କରାଇବାକୁ ଯୋଜନା କରୁଛି  । ପଞ୍ଜାବ ସମେତ ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିବା ଅବରସପ୍ରାପ୍ତ ପୁଲିସ ଅଧିକାରୀ ଓ ସେନା ଅଧିକାରୀମାନଙ୍କୁ ହତ୍ୟା କରିବାକୁ ଆଇଏସ୍ଆଇ ମସୁଧା କରୁଛି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି  । ଆଇଏସ୍ଆଇ ତା’ର ଷଡ଼ଯନ୍ତ୍ରକୁ ସଫଳ କରିବା ଲାଗି ‘ପ୍ରୋଜେକ୍ଟ ହାରଭେଷ୍ଟିଙ୍ଗ କାନାଡା’ ନାମକ ଏକ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ଚାହୁଁଛି  । ଏଥିପାଇଁ ‘ପ୍ରୋଜେକ୍ଟ ହାରଭେଷ୍ଟିଙ୍ଗ କାନାଡା’ର ଦାୟିତ୍ୱ କାନାଡାରେ ରହୁଥିବା ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କୁ ଆଇଏସ୍ଆଇ ଦେଇଛି  । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଲଗାତାର ପଞ୍ଜାବରେ ଖାଲିସ୍ତାନୀ ସମର୍ଥକ ଓ ତାଙ୍କୁ ସମର୍ଥନ କରୁଥିବା ଆତଙ୍କବାଦୀମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଆସୁଛି  । ବିଶେଷ କରି ପଞ୍ଜାବରେ ପୁଣି ଥରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାକୁ ଆଇଏସ୍ଆଇ ଏବେ ଖାଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ ଯୋଗାଇ ଆସୁଛି  ।

Comments