ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ


ଜମ୍ମୁ, ୨୮/୫  : ଆସନ୍ତା ଜୁଲାଇ ୧ ତାରିଖରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ ବୋଲି ୨୭ ତାରିଖରେ ଆୟୋଜିତ ଏକ ଉଚ୍ଚସ୍ତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି  । ଜୁଲାଇ ୧ରୁ ୪୬ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଅମରନାଥ ଯାତ୍ରା ଅନନ୍ତନାଗର ପହଲଗ୍ରାମ ଓ ଗନ୍ଦରବାଲର ବାଲଟାଲରୁ ଆରମ୍ଭ ହେବ  । ହିମାଳୟରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ପାର ଦର୍ଶନ ପାଇଁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ଅଧ୍ୟକ୍ଷତା କରୁଥିବା ମୁଖ୍ୟ ଗୃହ ସଚିବ ଶାଲୀନ କାବରା କହିଛନ୍ତି  । ଏହି ବୈଠକରେ ଜମ୍ମୁର କମିଶନର ସଞ୍ଜୀବ ବର୍ମା, ଆଇଜିପି ଏମ୍.କେ.ସିହ୍ନା, ଆଇଜି (ଗମନାଗମନ) ଆଲୋକ କୁମାର, ସିଆର୍ପିଏଫ୍ ଆଇଜି ଏ.ବି.ଚୌହ୍ୱାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ

Comments