ଭୁବନେଶ୍ୱର/ପୁରୀ,୭/୫ : ସାମୁଦ୍ରିକ ଝଡ ଫଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଦାଣ୍ଡମୁକୁନ୍ଦପୁରରେ ଆରଏସ୍ଏସ୍ ତରଫରୁ ତିନିଦିନ ଧରି ରନ୍ଧାଖାଦ୍ୟ ବିତରଣ ହେଉଅଛି । ପୁରୀର ଘୋଡାବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୫ ତାରିଖ ଦିନ ରନ୍ଧାଖାଦ୍ୟ ବିତରଣ ଆରମ୍ଭ ହୋଇଥିଲା । ପୁରୀରେ ୫ ତାରିଖ ଦିନ ୧୦୦୦, ୬ ତାରିଖ ଦିନ ୧,୨୦୦ ଓ ୭ ତାରିଖ ଦିନ ୧,୫୦୦ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଛି । ସେହିପରି ଦାଣ୍ଡମୁକୁନ୍ଦପୁରରେ ମଧ୍ୟ ଆରଏସ୍ଏସ୍ ତରଫରୁ ୬ ତାରିଖ ଦିନ ୫୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଥିବା ବେଳେ ଆଜି ମଧ୍ୟ ୭୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ପୁରୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଶ୍ରୀ ଭି.ଭାଗେୟା ଜୀ ଉପସ୍ଥିତ ରହି ରନ୍ଧାଖାଦ୍ୟ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହି ବାତ୍ୟାର କ୍ଷତିଗ୍ରସ୍ତ ଅଂଚଳରେ ରାଷ୍ଟ୍ରୀୟ ସେବାଭାରତୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଉକ୍ରଳ ବିପନ୍ନ ସହାୟତା ସମିତିର ସହଯୋଗରେ ବିଭିନ୍ନ ଅଂଚଳର ରାସ୍ତାଘାଟରେ ପଡି ରହିଥିବା ଗଛ ଗୁଡିକ କଟାଯିବା ସହ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରାଯାଉଛି ।
ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୩ ତାରିଖ ଦିନ ବାତ୍ୟା ସମୟରେ ସମିତି ପରିସରରେ ନିକଟବର୍ତୀ ବସ୍ତି ଅଂଚଳର ରହୁଥିବା ପ୍ରାୟ ୪୦୦ ଉଦ୍ଧ୍ୱର୍ ବାସିନ୍ଦାମାନଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏତଦ୍ ବ୍ୟତୀତ ପ୍ରାୟ ୧୦ କୁଇଂଟାଲ ଚୁଡା,ଗୁଡ, ମହମବତୀ, ଦିଆସିଲି, ଲକ୍ଷାଧିକ ବୋତଲ ପାଣି ଓ ତାରପୋଲିନ୍ କିଛି ଅଂଚଳରେ ଯୋଗାଇ ଦିଆଯାଇଛି । ଯେହେତୁ ପ୍ରଦେଶର ତଟବର୍ତି ଜିଲ୍ଲାମାନଙ୍କରେ ବିପୁଳ କ୍ଷୟ କ୍ଷତି ହୋଇ ଅଛି ସେଥିପାଇଁ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୭ ଗୋଟି ସହାୟତା କେନ୍ଦ୍ର ସମିତି ତରଫରୁ ଖୋଲା ଯାଇଅଛି ।

ଗୋଲଖ ଚନ୍ଦ୍ର ଦାସ
Comments
Post a Comment