ଶ୍ରୀନଗର, ୨୮/୫ : ଜମ୍ମୁ-କାଶ୍ମୀରର ଅନନ୍ତନାଗ
ଜିଲ୍ଲାରେ ହୋଇଥିବା
ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀମାନେ
୨ ଜଣ ଆତଙ୍କବାଦୀଙ୍କୁ ନିପାତ
କରିଛନ୍ତି । ସେନା ସୂତ୍ରରୁ ପ୍ରକାଶ
ଯେ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ
ଜିଲ୍ଲାର ଖୁଦୁରୁଁ ଖାଜୱାନ ପାହାଡ଼ିଆ
ଅଞ୍ଚଳରେ କେତେକ ଆତଙ୍କବାଦୀ
ଲୁଚି ରହିଥିବା ନେଇ ସୂଚନା
ମିଳିଥିଲା । ଉକ୍ତ ସୂଚନାକୁ ଆଧାର
କରି ରାଷ୍ଟ୍ରୀୟ ରାଇଫଲ୍ସ,
ସିଆର୍ପିଏଫ୍ ଓ ଜମ୍ମୁ-କାଶ୍ମୀର
ପୁଲିସର ସ୍ୱତନ୍ତ୍ର ଟିମ୍ ଏସଓଜିର
ଜୱାନମାନେ ଉକ୍ତ ଅଞ୍ଚଳର
ଘେରାବନ୍ଦୀ କରିଥିଲେ । ଏହି
ପାହାଡ଼ିଆ ଅଞ୍ଚଳ କୋକେରନାଗ
୨ଟି ଗାଁର ମଧ୍ୟସ୍ଥଳୀ ଅଟେ ।
ସୁରକ୍ଷାବାହିନୀର ଘେରାବନ୍ଦୀ
ନିକଟତର ହେବାରୁ ସେଠାରେ
ଆତ୍ମଗୋପନ କରିଥିବା
ଆତଙ୍କବାଦୀମାନେ ଜୱାନଙ୍କ
ଉପରକୁ ପ୍ରଥମେ ଗୁଳି
ଚଳାଇଥିଲେ । ଫଳରେ
କୋକେରନାଗର କଚୱନ
ବନକ୍ଷେତ୍ରରେ ଆତଙ୍କବାଦୀ ଓ
ସୁରକ୍ଷାକର୍ମୀଙ୍କ ମଧ୍ୟରେ ବେଶ୍ କିଛି
ସମୟ ଧରି ଗୁଳି ବିନିମୟ
ହୋଇଥିଲା । ଏହି ଏନ୍କାଉଣ୍ଟରରେ
୨ ଜଣ ଆତଙ୍କବାଦୀ ନିହତ
ହୋଇଥିବା ସେନ ସୂତ୍ରରୁ ପ୍ରକାଶ ।
ତେବେ ଖବର ଲେଖାହେବା ପର୍ଯ୍ୟନ୍ତ
ଏହି ଏନ୍କାଉଣ୍ଟର ଜାରି ରହିଥିବା
ଜଣାପଡ଼ିଛି ।
ସେପଟେ ଜମ୍ମୁ-କାଶ୍ମୀରର
କୁପୱାଡ଼ା ଜିଲ୍ଲାରେ ମଙ୍ଗଳବାର
ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆହତ
ହୋଇଥିବା ଜଣେ ନାଗରିକଙ୍କ ମୃତ୍ୟୁ
ଘଟିଛି । ଉତ୍ତର କାଶ୍ମୀରର
ବାବାଗୁଣ୍ଡ ଜିଲ୍ଲାରେ ଆତଙ୍କବାଦୀ
ମାନେ ସୋମବାର ବିଳମ୍ବିତ
ରାତ୍ରିରେ ଅବୁଦଲ ମଜୀଦ ଶାହାଙ୍କ
ଉପରେ ଫାୟାରିଂ କରିଥିଲେ ।
ଏଥିରେ ଅବଦୁଲ ମଜୀଦ ଗୁରୁତର
ଆହତ ହୋଇଯାଇଥିଲେ । ଚିକିତ୍ସା
ପାଇଁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି
କରାଯାଇଥିଲା ବେଳେ ସେଠାରେ
ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
Comments
Post a Comment