ବାୟୁସେନାର ମହିଳା ପାଇଲଟ୍ ଉଡାଇଲେ ଏମ୍ଆଇ ୧୭ ଭି୫ ହେଲିକପ୍ଟର


ନୂଆଦିଲ୍ଲୀ, ୨୮/୫  : ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ଏକ ମଧ୍ୟମବର୍ଗର ପରିବହନକାରୀ ହେଲିକପ୍ଟର ଏମ୍ଆଇ ୧୭ ଭି୫କୁ ମହିଳା ପାଇଲଟମାନେ ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି  । ମହିଳା ପାଇଲଟ୍ମାନେ ସାଉଥ୍ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏକ ଆଗୁଆ ବେସ୍ରୁ ଏହି ହେଲିକପ୍ଟରକୁ ଉଡ଼ାଇଥିଲେ  । ଏହି ପାଇଲଟ୍ ଗ୍ରୁପ୍ର ନେତୃତ୍ୱ କ୍ୟାପଟେନ୍ ଫ୍ଲାଇଟ୍ ଲେଫନାଣ୍ଟ ପାରୁଲ ଭାରଦ୍ୱାଜ ନେଇଥିଲେ  । ଫ୍ଲାଇଙ୍ଗ୍ ଅଫିସର ଅମନ ନିଧି ସହ ପାଇଲଟ୍ ଥିବାବେଳେ ଫ୍ଲାଇଟ୍ ଲେଫନାଣ୍ଟ ହିନା ଜୟସୱାଲ ଫ୍ଲାଇଟ୍ ଇଂଜିନିୟର ଭାବେ ସାମିଲ ଏଥିରେ ସାମିଲ ହୋଇଥିଲେ  । ପ୍ରକାଶ୍ୟ ଯେ, ଭାରତୀୟ ବାୟୁସେନା ଦେଶର ପ୍ରଥମ ସଶସ୍ତ୍ର ବାହିନୀ ଯିଏ ଯୁଦ୍ଧକ୍ଷେତ୍ରରେ ଶତ୍ରୁ ସହିତ ମୁକାବିଲା କରିବା ପାଇଁ ତା’ର ପାଇଲଟ୍ମାନଙ୍କୁ ପ୍ରଶିକ୍ଷିତ କରିଛି  । ୨୦୧୭ ନଭେମ୍ବରରେ ବାୟୁସେନାର ମହିଳା ଫାଇଟର ପାଇଲଟ୍ଙ୍କ ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣ ସମାପ୍ତ କରି ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ  । ଏଥିରେ ଅବନି ଚତୁର୍ବେଦୀ, ଭାବନା କାନ୍ତ ଓ ମୋହନା ସିଂହ ପ୍ରମୁଖ ସାମିଲ ଥିଲେ

Comments