ଭୁବନେଶ୍ୱର/ପୁରୀ,୮/୫ : ସାମୁଦ୍ରିକ ଝଡ ଫଣି ଦ୍ୱାରା ପୁରୀ,ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଆଦି ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଉକ୍ରଳ ବିପନ୍ନ ସହାୟତା ସମିତି, ଓଡିଶା ତରଫରୁ ଆଜିସୁଦ୍ଧା ୧୧,୮୫୧ ଜଣଙ୍କୁ ପଲିଥିନ୍ ଓ ତାର୍ପୋଲିନ ଯୋଗାଇ ଦିଆ ଯାଇଛି ।
ସମିତି ତରଫରୁ ପୁରୀରେ ୪,୨୦୦, ନିମାପଡାରେ ୧୦୫୦, ଦାଣ୍ଡମୁକୁନ୍ଦପୁରରେ ୪୨୭୦, ଜଟଣୀରେ ୭୦, ଭୁବନେଶ୍ୱରରେ ୮୬୧, କଟକରେ ୧,୪୦୦ ପଲିଥିନ୍ ଓ ତାର୍ପୋଲିନ ବିତରଣ କରାଯାଇଛି । ସେହିପରି ସମିତି ତରଫରୁ ବର୍ତମାନ ସୁଦ୍ଧା ୧୭୫୦ ପ୍ୟାକେଟ ଶୁଖିଲା ଖାଦ୍ୟ , ୧୦କୁଇଂଟାଲ ଚୁଡା,୧ କୁଇଂଟାଲ ଗୁଡ, ୯୨ କାଟୁନ ମହମବତୀ,୨୦୦୦ ପ୍ୟାକେଟ୍ ଦିଆସିଲି, ଲକ୍ଷାଧିକ ବୋତଲ ପାଣି ଯୋଗାଇ ଦିଆଯାଇଛି ।
ସମିତି ତରଫରୁ ପୁରୀର ଘୋଡାବଜାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ବ୍ରହ୍ମଗିରି, ଦାଣ୍ଡମୁକୁନ୍ଦପରୁ, ଭୁବନେଶ୍ୱରର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଟକର ମହାନଦୀ ବିହାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର , ନିମାପଡା, ସୋରଣ, ଜଟଣୀ, ଓଲଟପୁର, ବାଲିପାଟଣା ଠାରେ ସହାୟତା କେନ୍ଦ୍ର ସ୍ୱୟଂସେବକମାନଙ୍କ ଦ୍ୱାରା କାର୍ଯ୍ୟ କରୁଅଛି ।
ସମିତି ତରଫରୁ ପୁରୀ ଓ ଦାଣ୍ଡମୁକୁନ୍ଦପୁରର ଠାରେ ବାତ୍ୟାର ଷଷ୍ଠ ଦିନରେ ମଧ୍ୟ ରନ୍ଧାଖାଦ୍ୟ ବିତରଣ ହେଉଅଛି । ପୁରୀର ଘୋଡାବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲୁଥିବା ସହାୟତା କେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ୫,୬୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ସେହିପରି ଦାଣ୍ଡମୁକନ୍ଦପୁର ସେବା କେନ୍ଦ୍ରରେ ୨,୨୦୦ ବିପନ୍ନ ବ୍ୟକ୍ତିଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଅର୍ପଣ କରାଯାଇଛି । ବାତ୍ୟା ଦିନ ସମିତି ପରିସରରେ ନିକଟବର୍ତୀ ବସ୍ତି ଅଂଚଳର ରହୁଥିବା ପ୍ରାୟ ୪୦୦ ଉଦ୍ଧ୍ୱର୍ ବାସିନ୍ଦାମାନଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।
ଗୋଲଖ ଚନ୍ଦ୍ର ଦାସ
Comments
Post a Comment