ିଶ୍ୱରେ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଆମେରିକା ବଦ୍ଧ ପରିକର ହୋଇଛି । ଏହି ମର୍ମରେ ପାକିସ୍ତାନରେ ସକ୍ରିୟା ଥିବା କେତେକ ଆତଙ୍କବାଦୀ ସଂଗଠନଙ୍କ ସମେତ ଅନ୍ୟାନ୍ୟ କେତେକ ଆତଙ୍କୀ ସଂଗଠନଗୁଡ଼ିକର ବିଶ୍ୱର ବିଭିନ୍ନ ବ୍ୟାଙ୍କ୍ରେ ପଡ଼ିରହିଥିବା ପ୍ରାୟ ୪ କୋଟି ୪୬ ଲକ୍ଷ ଡଲାରର ସହାୟତା ରାଶିକୁ ଆମେରିକା ରୋକିଦେଇଛି । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ୪ ଲକ୍ଷ ଡଲାର ଏବଂ ଜୈସ-ଇ-ମହମ୍ମଦର ୧,୭୨୫ ଲକ୍ଷ ଡଲାରକୁ ଆମେରିକା ଅଟକାଇ ଦେଇଛି ବୋଲି ଆମେରିକାର ଆର୍ଥିକ ମନ୍ତ୍ରଣାଳୟର ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (ଓଏଫ୍ଏସି) ସୂତ୍ରରୁ ପ୍ରକାଶ । ଏହି ସଂସ୍ଥା ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶଗୁଡ଼ିକ ବିରୋଧରେ ଆର୍ôଥକ କଟକଣା ଲାଗୁ କରିଥାଏ । ସେହିପରି ଆତଙ୍କୀ ସଂଗଠନ ହକ୍କାନୀ ନେଟ୍ୱାକ୍ର ୩,୬୨୬ ଡଲାର, ହରକତ ଉଲ୍ ମୁଜାହିଦ୍ଦିନର ୧୧,୯୮୮ ଡଲାର ଏବଂ ହିଜବୁଲ ମୁଜାହିଦ୍ଦିନର ୨,୨୮୭ ଡଲାରକୁ ଆମେରିକା ସରକାର ଅଟକାଇ ଦେଇଛି ।

Comments
Post a Comment