ନୂଆଦିଲ୍ଲୀ, ୨୫/୬ : ମୋଦି ସରକାର୧ର କାର୍ଯ୍ୟକାଳ ସମୟରେ ୨୦୧୪ରୁ ୨୦୧୮ ମଧ୍ୟରେ ଜମ୍ମୁ-କାଶ୍ମୀର ଏବଂ ପୂର୍ବୋତର ରାଜ୍ୟରେ ଆତଙ୍କବାଦୀ ଓ ନକ୍ସଲ ଆକ୍ରମଣରେ ୧୪୮୩ ଜଣ ନାଗରିକ ମୃତ୍ୟୁ ବରଣ କରିଥିବାବେଳେ ୮୧୩ ଜଣ ଜୱାନ ଶହୀଦ ହୋଇଛନ୍ତି ବୋଲି ଲୋକସଭାର ଅଧିବେଶନ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଛି । ବିଗତ ୫ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ୧୭୦୮ଟି ଆତଙ୍କୀ ଆକ୍ରମଣ ହୋଇଥିଲାବେଳେ ପୂର୍ବତୋର ଭାରତରେ ୨୧୭୨ଟି ଉଗ୍ରବାଦୀ ଆକ୍ରମଣ ହୋଇଛି । ମଙ୍ଗଳବାର ସଂସଦର ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଜ୍ୟମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ଓ ନକ୍ସଲଙ୍କ ଦ୍ୱାରା ମୋଟ୍ ୪୯୬୯ଟି ଆକ୍ରମଣ ହୋଇଥିଲା । ୨୦୧୪ରୁ ୨୦୧୮ ମଧ୍ୟରେ ହୋଇଥିବା ଭିନ୍ନ ଭିନ୍ନ ଆତଙ୍କବାଦୀ ଓ ଉଗ୍ରବାଦୀ ଆକ୍ରମଣରେ ଜମ୍ମୁ-କାଶ୍ମୀର ବ୍ୟତୀତ ଭାରତର ଅନ୍ୟାନ୍ୟ ରାଜ୍ୟରେ ମୋଟ୍ ୧୧ ଜଣ ନାଗରିକ ଓ ୧୧ ଜଣ ଜୱାନ ମୃତ୍ୟୁବରଣ କରିଛନ୍ତି । ସେହିପରି ଜମ୍ମୁ-କାଶ୍ମୀରରେ ଏହି ସମୟ ମଧ୍ୟରେ ହୋଇଥିବା ବିଭିନ୍ନ ଆତଙ୍କୀ ହମ୍ଲାରେ ୧୩୯ ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିବାବେଳେ ୩୩୯ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ସେପଟେ ବାମପନ୍ଥୀ ଉଗ୍ରବାଦୀଙ୍କ ଆକ୍ରମଣରେ ପୂର୍ବ ଭାରତରେ ୯୬୬ ଜଣ ନାଗରିକ ମୃତ୍ୟୁବରଣ କରିଥିବାବେଳେ ୩୫୪ ଜଣ ଜୱାନ ଶହୀଦ ହୋଇଛନ୍ତି ବୋଲି କେନ୍ଦ୍ର ରାଜ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି

Comments
Post a Comment