ଧର୍ମ ଜାଗରଣ ସମନ୍ୱୟ, କଟକ ମହାନଗର ତରଫରୁ ବିଶ୍ୱ ଯୋଗ ଦିବସ


 ଯୋଗ ମଣିଷକୁ ଦୀର୍ଘାୟୁ ଏବଂ ନୀରୋଗ ରଖେ । ଭାରତୀୟମାନେ ସୁସ୍ଥ ତଥା ଖୁସି ରହିବାର ପାରମ୍ପରିକ କୌଶଳ ଯୋଗକୁ ବିଶ୍ୱ ସମୁଦୟ ଗ୍ରହଣ କରି ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିଆସୁଛି । ବର୍ତମାନ ବିଶ୍ୱର ୪୦ରୁ ଅଧିକ ଦେଶ ଯୋଗକୁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀରେ ପରିଣତ କରିଛନ୍ତି । ଯୋଗ ମଣିଷକୁ ଦୀର୍ଘାୟୁ, ନୀରୋଗ, ଆନନ୍ଦ, ସୁସ୍ଥ ରଖିଥାଏ । ଧର୍ମ ଜାଗରଣ ସମନ୍ୱୟ, କଟକ ମହାନଗର ତରଫରୁ ମହାନଗର ପ୍ରମୁଖ ମନୋହର ମହନ୍ତଙ୍କ ନେତୃତ୍ୱରେ ଆଜି ସକାଳେ ଖାନନଗରସ୍ଥିତ ବିଶ୍ୱନାଥ ପଣ୍ଡିତ ପାର୍କଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଗୁରୁ ତଥା ୱାକର୍ସ ବୋର୍ଡର ପ୍ରତିଷ୍ଠାତା ଶ୍ରୀନିବାସ ପାତ୍ର ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ । ଅଭୀପ୍ସା ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ନାୟକ ମଣିଷ ଜୀବନରେ ଯୋଗର ଆବଶ୍ୟକତା ଓ ଉପକାରିତା ଉପରେ ସୂଚନା ଦେଇଥିଲେ । ଦୀପକ କୁମାର ସାହୁ ସମସ୍ତଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଥିଲେ ।

Comments