ହରିଦ୍ୱାର: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ, ପୂର୍ବତନ ଶଙ୍କରାଚାର୍ଯ୍ୟ ତଥା ଭାରତମାତା ମନ୍ଦିରର ପ୍ରତିଷ୍ଠାତା ସ୍ୱାମୀ ସତ୍ୟମିତ୍ରାନନ୍ଦ ଗିରିଙ୍କର ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସକାଳେ ହରିଦ୍ୱାର ଠାରେ ସ୍ୱାମୀ ଜୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଜନଜାତି ଓ ଗରୀବଙ୍କ ସେବ କରିବାରେ ତାଙ୍କ ଅବଦାନକୁ ମନେ ପକାଇଛନ୍ତି । ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଟ୍ୱିଟ୍ କରିଛନ୍ତି ଯେ ହରିଦ୍ୱାରରେ ଭାରତମାତ୍ରା ମନ୍ଦିର ପ୍ରତିଷ୍ଠା କରିଥିବା ସ୍ୱାମୀ ସତ୍ୟମିତ୍ରାନନ୍ଦ ଗିରି ମହାରାଜଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ । ଆଦିବାସୀ ତଥା ଗରିବଙ୍କ ସେବା ପାଇଁ ସେ ସମନ୍ୱୟ ସେବା ଫାଉଣ୍ଡେସନ୍ ର ପ୍ରତିଷ୍ଠା କରିଥିଲେ । ସନାତନ ଧର୍ମର ପ୍ରଚାର ପାଇଁ ସେ ବିଶ୍ୱର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ ବୋଲି ଶ୍ରୀ ନାଇଡୁ ଉଲ୍ଲେଖ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ସ୍ୱାମୀ ଜୀ ଆଧ୍ୟାତ୍ମିକତା ଓ ଜ୍ଞାନର ପ୍ରତୀକ ଥିଲେ ।

Comments
Post a Comment