୍ରୀନଗର: ଗତ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ହମଲାରେ ବ୍ୟବହୃତ କାର୍ ମାଲିକ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଛି । ସେ ନିଜେ ଜଣେ ଜୈସ ଆତଙ୍କବାଦୀ ଥିଲା । ମଙ୍ଗଳବାର ସକାଳେ ଅନନ୍ତନାଗ ଜିଲ୍ଲା ୱାଘାମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହେଇଥିଲା ମୁକାବିଲା । ଏଥିରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ୍ ମଧ୍ୟ ସହିଦ୍ ହେଇଛନ୍ତି । ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଅଛି ସଜାଦ୍ ଅହମ୍ମଦ ଭଟ୍ଟ୍ ଓରଫ୍ ଅଫଜଲ୍ ଗୁରୁ ଯାହାର କାର୍ ପୁଳୱାମା ହମଲାରେ ବ୍ୟହାର କରାଯାଇଥିଲା । ଏଥିରେ ୪୦ ଜଣ ସିଆରପିଏଫ ଯବାନ୍ ପ୍ରାଣ ହରାଇଥିଲେ । ପ୍ରାଣ ହରଇଥିବ ଅନ୍ୟ ଆତଙ୍କବାଦୀଙ୍କ ନାମ ତସିଫ୍ ଅହମ୍ମଦ ଭଟ୍ଟ । ଉଭୟଙ୍କ ଘର ମରହାମାରେ ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ସୁରକ୍ଷା ବହିନୀ ପକ୍ଷରୁ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷା କର୍ମୀମାନେ ଏହାର ଜବାବ ଦେଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ପରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

Comments
Post a Comment