ଉକ୍ରଳ ବିପନ୍ନ ସହାୟତା ସମିତି ୧୯୮୨ର ଅଭୁତପୂର୍ବ ବନ୍ୟା ଓ ୧୯୯୯ ମସିହା ମହାବାତ୍ୟା
ସମୟରେ ସମିତିର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ଯଥା ମୃତ ଶରୀର ତଥା
ଗୃହପାଳିତ ପଶୁମାନଙ୍କର ଦାହ ସଂସ୍କାର କରିବା ଦ୍ୱାରା ପରବ•ିର୍ ଅବସ୍ଥାରେ ମହାମାରୀ ଆଦି ପ୍ରଶମନ
ଯୋଗୁଁ ସରକାରଙ୍କ ଦ୍ୱାରା ଭୁୟସୀ ପ୍ରଶଂସିତ । ବିଭିନ୍ନ ସମୟରେ ବାତ୍ୟା, ଗୃହଦାହ, ଭୂସ୍ଖଳନ, ଭୂମିକମ୍ପ
ଆଦିରେ ସହାୟତା ତଥା ସହଯୋଗ କରି ଓଡିଶାର ଜନସାଧାରଣଙ୍କର ପ୍ରୀୟଭାଜନ ହୋଇ ପାରିଅଛି ।
ଅଧୁନା ସମିତି ଦ୍ୱାରା ବିଭିନ୍ନ ସେବାକାର୍ଯ୍ୟ ଯଥା-ଫିଜିଓଥେରାପି, ନେଚରପାଥି ଆଦି ସମିତି ପରିସରରେ
ସୁଚାରୁରୂପେ ଯୋଗାଇ ଦେଇ ଆସୁଅଛି । ନିକଟରେ ଅନୁଷ୍ଠିତ ବାତ୍ୟା “ଫଣି”ରେ କଟକ, ପୁରୀ ଓ
ଖୋର୍ଦ୍ଧା ଜିଲ୍ଲାମାନଙ୍କରେ ୧୪ଟି କେନ୍ଦ୍ର ଦ୍ୱାରା ସାହାଯ୍ୟ ସହୋଯୋଗ ଦେଇ ଲୋକମାନଙ୍କର ସେବା
ଯୋଗୁଁ ପ୍ରଶଂସିତ ହୋଇଅଛି । “ଫଣି” ଦ୍ୱାରା କ୍ଷତି ଗ୍ରସ୍ତ ଲୋକମାଙ୍କର ଥଇଥାନ ନିମନ୍ତେ ନଡିଆ,
ଗୁଆ, ଆମ୍ବଚାରା ଇତ୍ୟାଦି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିର୍ଦ୍ଧାରିତ କରାଯାଇଅଛି ।
ବିଭିନ୍ନ ସେବା ପାଇଁ ପ୍ରସିଦ୍ଧି ଲାଭ କରିଥିବା ସମିତି ଆସନ୍ତା ୧ ଅଗଷ୍ଟ୨୦୧୯,୧ ଡିସେମ୍ବର ୨୦୧୯,
୧ ଅପ୍ରେଲ୨୦୨୦ ଓ ୧ ମଇ ୨୦୨୦ ଠାରୁ ୪ମାସ ବ୍ୟାପି ଆଦିବାସୀ ଛାତ୍ରମାନଙ୍କୁ ଆବାସିକ
ଡିଟିପି / କମ୍ୟୁଟର ନିଃଶୁଳ୍କ ପ୍ରଶିକ୍ଷଣ ଦିଆଯିବ । ଏହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତଥା ସରକାରୀ ବା
ଅନ୍ୟାନ୍ୟ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ରମାନେ ନିମ୍ନ ଠିକଣାରେ ସାଧା କାଗଜରେ ନିଜର
ଶିକ୍ଷାଗତ ଯୋଗ୍ୟତା, ପ୍ରଧାନ ଆଚାର୍ଯ୍ୟ / ଆଚାର୍ଯ୍ୟାଙ୍କ ସୁପାରିଶ ପତ୍ର ସହ ତା.୩୦.୦୭.୨୦୧୯
ସୁଦ୍ଧା ଆବେଦନ କରି ପାରିବେ । ପରବ•ିର୍ ପର୍ଯ୍ୟାୟ ପାଇଁ ଯଥାକ୍ରମେ ନଭେମ୍ବର ୩୦, ୨୦୧୯,
୩୦ ମାର୍ଚ୍ଚ ୨୦୨୦ ନିମନ୍ତେ ଆବେଦନ କରି ପାରିବେ । ଶିକ୍ଷାଦାନ ପରେ ଭାରତ ସରକାରଙ୍କ ଦ୍ୱାରା
ପ୍ରଦ• ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏତଦ୍ବ୍ୟତୀତ ଯେ କୌଣସି ବର୍ଗର ବିପିଏଲ୍ ମହିଳା / ଯୁବକ
/ ଯୁବତୀମାନେ (ଅଣ ଆବାସିକ) ମଧ୍ୟ ଆବେଦନ କରି ପାରିବେ ।
ଶିକ୍ଷାଗତ ଯୋଗ୍ୟତା - ଅନ୍ୟୁନ ଦଶମ ପାସ୍ ବା ତଦୁର୍ଦ୍ଧ ।
Comments
Post a Comment