ଭୁବନେଶ୍ୱର, ୨୧/୬: କେବଳ ଭାରତୀୟ ଆଧ୍ୟାତ୍ମିକ ବିଜ୍ଞାନ ନୁହେଁ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ଯୋଗ ଏକ ଅମୂଲ୍ୟ ଭାରତୀୟ ଜ୍ଞାନ ଅଟେ ଯାହା କି ବ୍ୟକ୍ତିର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ କରିଥାଏ । ତେଣୁ ସଂଯୁକ୍ତ ରାଷ୍ଟ୍ର ମହାସଭାର ଅନୁ ମୋଦନ କ୍ରମେ ୨୦୧୫ ମସିହାଠାରୁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଆସୁଛି । ପାଖାପାଖି ୧୮୦ ରୁ ଅଧିକ ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ସମସ୍ତ ଶାଖାରେ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି ।
ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ବାଲେଶ୍ୱର ଜିଲ୍ଲାର ୨୭ଟି ସ୍ଥାନରେ ଯୋଗ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୯୫୯ଜଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେହିପରି ମୟୁରଭଂଜ ଜିଲ୍ଲାର ୧୦ଟି ଖଣ୍ଡ ଓ ୧ ନଗରର ମୋଟ ୩୮ଟି ସ୍ଥାନରେ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୨୭୭ ମହିଳା, ୮୧୨ ଜଣ ପୁରୁଷ ଓ ୨୯୭ ଜଣ ଶିଶୁଙ୍କ ସହିତ ମୋଟ ୧୩୮୬ ଜଣ ଉପସ୍ଥିତ ଥିଲେ । ତାଳଚେର ଜିଲ୍ଲାର ପରଜଙ୍ଗ ଖଣ୍ଡରେ ୬ ଟି ସ୍ଥାନରେ ଯୋଗଦିବସ ଅନୁଷ୍ଠିତ ହୋଇଥିବା ବେଳେ ୪୬୨ ଜଣ ଭାଗ ନେଇଥିଲେ । ଏହି ଖଣ୍ଡର ସାରଙ୍ଗରେ ୮୦ ଜଣ, ସାନ୍ଦାରେ ୧୨୬ଜଣ, କିଳରସିଂହରେ ୧୨୩ ଜଣ,ଚଟକାପଶିରେ ୪୪ ଜଣ, ଗଡପଳାଶୁଣିରେ ୩୭ ଜଣ ଓ ପର୍ଜଙ୍ଗରେ ୫୨ ଜଣ ଭାଗ ନେଇଥିଲେ । ଯାଜପୁର ଜିଲ୍ଲାର ୪୪ଟି ସ୍ଥାନରେ ଅନୁଷ୍ଠିତ ଯୋଗ ଦିବସରେ ୧୦୮୧ ଜଣ ଯୋଗ ଦେଇଥିଲେ ।
Comments
Post a Comment