ଏନ୍ଏସ୍ଜିରେ ଭାରତର ପ୍ରବେଶକୁ ଚୀନର ବିରୋଧ


ବେଜିଂ: ଭାରତ ଏନପିଟି ଚୁକ୍ତିରେ ସ୍ୱାକ୍ଷର କରିନଥିବାରୁ ଏହାକୁ ନ୍ୟୁକ୍ଲିୟର୍ ସପ୍ଲାଏ ଗ୍ରୁପ୍(ଏନଏସଜି)ରେ ସାମିଲ୍ କରିବା ବିରୋଧରେ ମତ ବ୍ୟକ୍ତ କରିଛି ଚୀନ୍ । ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟଭାବେ ଭାରତର ମାନ୍ୟତାକୁ ବିରୋଧ କରି ଆସୁଥିବା ଚୀନ୍ ଏନଏସଜିରେ ଭାରତର ପ୍ରବେଶକୁ ମଧ୍ୟ ବିରୋଧ କରୁଛି । ଯେଉଁ ରାଷ୍ଟ୍ର ପରମାଣୁ ନିରସ୍ତ୍ରିକରଣ ଚୁକ୍ତିରେ ସ୍ୱାକ୍ଷର କରି ନାହାଁନ୍ତି ବା ଏନପିଟି ସଦସ୍ୟ ହୋଇ ନାହାଁନ୍ତି ସେମାନଙ୍କୁ ଏନଏସଜିରେ ସାମିଲ୍ କରାଯାଇପାରିବ ନାହିଁ ବୋଲି ଚୀନ୍ ଏହାର ମତ ଦୋହରାଇଛି । ସ୍ମରଣ କରାଯାଇପାରେ ଯେ, ୨୦୧୬ ମେ’ରେ ଭାରତ ଏନଏସଜି ସଦସ୍ୟଭୁକ୍ତ ହେବାକୁ ଆବେଦନ କରିଥିଲା । ଏହି ଗୋଷ୍ଠୀରେ ଏବେ ୪୮ ସଦସ୍ୟ ଅଛନ୍ତି ଯେଉଁମାନେ କି ଆଣବିକ ଶକ୍ତିର ବ୍ୟବସାୟିକ ଅଧିକାର ପାଇଛନ୍ତି । ଭାରତ ଓ ପାକିସ୍ତାନ ଏନପିଟିରେ ସ୍ୱାକ୍ଷର କରିନଥିବାରୁ ଏଥିରେ ସାମିଲ୍ ହୋଇ ପାରିନାହାଁନ୍ତି ।

Comments