୪୦% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି


ଭୁବନେଶ୍ୱର, ୨୩/୬  : ଦେଶର ଅଗ୍ରଣୀ ଜେନେରାଲ୍ ଇନସ୍ୟୁରାନ୍ସ କଂପାନି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା । ସେହି ସର୍ଭେ ରିପୋର୍ଟକୁ ବିଶ୍ୱ ତମାଖୁ ବର୍ଜନ ଦିବସରେ ଉନ୍ମୋଚନ କରାଯାଇଛି । ସର୍ଭେରୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକ ବନ୍ଧୁଙ୍କ ପ୍ରଭାବରେ ହିଁ ଧୂମପାନ କରିଥାନ୍ତି । ଏହାର ଦ୍ୱିତୀୟ ଦିଗଟି ହେଉଛି ସେହିଭଳି କିଛି ବନ୍ଧୁମାନଙ୍କ ଯୋଗୁ ହିଁ ଲୋକମାନେ ଧମୂପାନ ଛାଡିଥାନ୍ତି । ସର୍ଭେରେ ଭାଗ ନେଇଥିବା ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ଏବଂ ଧୂମପାନ ଛାଡ଼ିବାକୁ ପ୍ରତିବଦ୍ଧ । ୪୮% ଲୋକ କହିଛନ୍ତି ଯେ ନିଜକୁ କୁଲ୍ ଦେଖେଇ ହେବା ପାଇଁ କିମ୍ବା ଲୋକମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହେବା ପାଇଁ ସେମାନେ ଧୂମପାନ କରୁଛନ୍ତି । ୭୫% ଲୋକ କହିଛନ୍ତି ସେମାନଙ୍କ ଅଧିକାଂଶ ବନ୍ଧୁ ଧୂମପାନ କରନ୍ତି ଏବଂ ୭୦% ଲୋକ କହିଛନ୍ତି ଯେ ସେମାନଙ୍କ ଘରେ ଧୂମପାନକାରୀ ସଦସ୍ୟ ଅଛନ୍ତି । ସେହିପରି ଧୂମପାନ କରୁନଥିବା ୪୬% ଲୋକ କହିଛନ୍ତି ଯେ ସେମାନଙ୍କ ସବୁ ବନ୍ଧୁ ଧୂମପାନ କରନ୍ତି । ଏହି ସର୍ଭେରେ ଭାଗ ନେଇତିବା ୫୭% ଲୋକ କହିଛନ୍ତି ଯେ ଧୂମପାନ ଛାଡ଼ିବାକୁ ସେମାନଙ୍କ ପରିବାର ସଦସ୍ୟ ତାଙ୍କୁ ଅନୁପ୍ରାଣିତ କରୁଛନ୍ତି । ୪୧% ଲୋକ କହିଛନ୍ତି ଯେ ବନ୍ଧୁ ଓ ସହଯୋଗୀଙ୍କ ଚାପ ଯୋଗୁ ସେମାନେ ଧୂମପାନ ଛାଡ଼ିପାରୁନାହାନ୍ତି । ସବୁଠୁ ଭଲ କଥା ହେଉଛି ୫୯% ଲୋକ କହିଛନ୍ତି ଯେ ସେମାନଙ୍କ କୌଣସି ବନ୍ଧୁ କିମ୍ବା ପ୍ରିୟଜନଙ୍କୁ ପ୍ରଦାନ କରିଥିବା ପ୍ରତିଶ୍ରୁତି ସେମାନଙ୍କ ପାଇଁ ଧୂମପାନ ଛାଡ଼ିବାରେ ସହାୟକ ହେଉଛି । ୪୫% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରିଥିଲେ ଏବଂ ସେଥିପାଇଁ ତାଙ୍କୁ ବର୍ଷେରୁ ଅଧିକ ସମୟ ଲାଗିଥିଲା । ଏହି ସର୍ଭେ ବିଷୟରେ ଶ୍ରୀଯୁକ୍ତ ସଂଜୟ ଦତା, ଚିଫ୍ ଅଣ୍ଡରରାଇଟିଂ, କ୍ଲେମ୍ ଆଣ୍ଡ୍ ରିଇନ୍ସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ କହିଛନ୍ତି ଯେ, "ଏହା ଜଣାଶୁଣା କଥା ଯେ ଧୂମପାନ ଅଭ୍ୟାସ ଶରୀର ପାଇଁ କ୍ଷତିକାରକ । ଏହା ସତ୍ୱେ ଯୁବବର୍ଗ ଧୂମପାନ ଅଭ୍ୟାସ ଜାରି ରଖିଛନ୍ତି । ବନ୍ଧୁ ଓ ସମାଜରେ ଗ୍ରହଣୀୟ ହେବା ପାଇଁ ସେମାନେ ଏଭଳି କରୁଥିବା ଜଣାପଡ଼ିଛି । ଏହି ସର୍ଭେ ଆମକୁ ଧୁମପାନକାରୀ ଏବଂ ସେମାନଙ୍କ ବନ୍ଧୁଙ୍କ ଭିତରେ ଥିବା ସମ୍ପର୍କକୁ ବୁଝିବାରେ ସହାୟକ ହୋଇଛି । ସେଥିପାଇଁ ବନ୍ଧୁଙ୍କ ଚାପରେ ଧୂମପାନ ଛାଡ଼ିବାକୁ ଉଦ୍ୟମ କରାଯିବା ଦରକାର ବୋଲି ଆମେ ଜାଣିପାରିଛୁ । ଆଇସିଆଇସିଆଇ ଲୋମ୍ବାର୍ଡରେ ଆମେ ବନ୍ଧୁଙ୍କ ସହଯୋଗରେ ସବୁ କଠିନ କାମ ସହଜ ବୋଲି ବିଶ୍ୱାସ କରୁ ।'

Comments