କୁକୁର ଲାଙ୍ଗୁଡ଼କୁ ୧୨ ବର୍ଷ ନଳୀରେ ପୂରାଇ ରଖିଲେ ବି
ତାହା ଯେମିତି ସିଧା ହୁଏ ନାହିଁ ସେହିଭଳି ପାକିସ୍ତାନ
ଉପରେ ଯେତେ ପ୍ରକାରର ଅନ୍ତରାଷ୍ଟ୍ରୀୟ ଚାପ ଓ
ସାମରିକ କାର୍ଯ୍ୟାନୁଷ୍ଠାନ କଲେ ବି ତା’ର
ଆତଙ୍କବାଦୀଙ୍କ ପ୍ରତି ପ୍ରୀତି କମୁନାହିଁ । ପୁଲୱାମା
ଆକ୍ରମଣ ପରେ ଗତ ଫେବୃୟାରୀ ୨୬ ତାରିଖରେ
ପାକିସ୍ତାନର ବାଲାକୋଟ୍ରେ ଭାରତୀୟ ବାୟୁସେନା
ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇ ସେଠାରେ ଥିବା
ଜୈସର ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ
କରାଯାଇଥିଲା ଏବଂ ଏଥିରେ ପ୍ରାୟ ୨୫୦ରୁ ୩୦୦ ଜୈସ ଆତଙ୍କୀ ନିପାତ
ହୋଇଥିଲେ । ଏହାର ପ୍ରତିକ୍ରିୟାରେ ଫେବୃୟାରୀ ୨୭ ତାରିଖରେ କାଶ୍ମୀରର
ନୌସେରା ସେକ୍ଟରରେ ପାକ୍ ବାୟୁସେନା ଭାରତୀୟ ସେନା ଆଡ୍ଡା ଉପରେ
ଆକ୍ରମଣ କରିବାକୁ ବ୍ୟର୍ଥ ଚେଷ୍ଟା କରି ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ
ବର୍ତ୍ତମାନଙ୍କ ପ୍ରତିଆକ୍ରମଣରେ ଗୋଟିଏ ଏଫ୍-୧୬କୁ ହରାଇଥିଲା ।
ଏତଦ୍ବ୍ୟତୀତ ପାକିସ୍ତାନ ତା’ର ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ
ଆସୁଥିବାରୁ ତା’ ଉପରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍)
ଭୀଷଣ ଅସନ୍ତୁଷ୍ଟ ହୋଇ ତା’କୁ ପୂର୍ବରୁ ଗ୍ରେ’ ତାଲିକାଭୁକ୍ତ କରିବା ସହ ଆସନ୍ତା
ଅକ୍ଟୋବର ସୁଦ୍ଧା ଜୈସର ପ୍ରମୁଖ ଆଜାହାର ମାସୁଦ, ଲସ୍କର ପ୍ରମୁଖ ହାଫିଜ
ସଇଦ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତାକୁ କଳା
ତାଲିକାଭୁକ୍ତ କରିବ ବୋଲି ଚେତବନୀ ଦେଇସାରିଲାଣି । ଏପରି ହେଲେ
ବର୍ତ୍ତମାନ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା
ଆହୁର ଦୟନୀୟ ହୋଇପଡ଼ିବ । କିନ୍ତୁ ଏତେ ସତ୍ତେ୍ୱ ବି ପାକିସ୍ତାନ ସୁଧୁରୁ ନାହିଁ ।
ଭାରତ ବିରୁଦ୍ଧରେ ଛାୟାଯୁଦ୍ଧ ଚଳାଇ ଆସୁଥିବା ପାକିସ୍ତାନ ଜମ୍ମୁ-କାଶ୍ମୀରରେ
ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବା ଲାଗି ପାକ୍ ଅଧିକୃତ କାଶ୍ମୀର
(ପିଓକେ)ରେ ଥିବା ଆତଙ୍କୀ ଲଞ୍ଚ୍ପ୍ୟାଡ୍ଗୁଡ଼ିକରେ ପ୍ରାୟ ୩ଶହରୁ ଊଦ୍ଧ୍ୱର୍
ଆତଙ୍କବାଦୀଙ୍କୁ ଠୁଳ କରିଛି ।
ଭାରତୀୟ ଗୁଇନ୍ଦା ସଂସ୍ଥାର ତଥ୍ୟାନୁଯାୟୀ, ପାକିସ୍ତାନର ଗୁପ୍ତଚର ସଂସ୍ଥା
ଆଇଏସ୍ଆଇ ସହାୟତାରେ ପିଓକେରେ ୧୧ଟି
ନୂତନ ଲଞ୍ଚ ପ୍ୟାଡ୍ରେ ପ୍ରାୟ ୩୦୦ରୁ ଅଧିକ
ଆତଙ୍କବାଦୀଙ୍କୁ ଠୁଳ କରାଯାଇଛି । ସେହିପରି
ନୌସେର ସେକ୍ଟର ସମ୍ମୁଖରେ ଥିବା ଲଞ୍ଚ ପ୍ୟାଡ୍ରେ
ସବୁଠାରୁ ଅଧିକ ସଂଖ୍ୟକ ଲସ୍କର-ଇ-ତୋଇବା,
ଅଲ ବଦର, ଜୈସ-ଇ-ମହମ୍ମଦର ତାଲିମପ୍ରାପ୍ତ
ଆତଙ୍କବାଦୀମାନଙ୍କୁ ପାକସ୍ତାନ ଠୁଳ କରିଛି ।
ସେହିଭଳି ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ୍
ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏହି ଲଞ୍ôଚଂ
ପ୍ୟାଡ୍ଗୁଡ଼ିକରୁ ଆତଙ୍କୀମାନଙ୍କୁ ପାକ୍ ହ୍ୟାଣ୍ଡଲର୍ସ
ପଛକୁ ହଟାଇ ନେଇଥିଲାବେଳେ ଏବେ ପୁଣି ସେମାନଙ୍କୁ ସେଠାରେ ଜମା
କରୁଛନ୍ତି । ପୁଞ୍ଚ ସେକ୍ଟର ସମ୍ମୁଖରେ ୫୧ଟି ଓ ନୌସେରା ସେକ୍ଟର ସମ୍ମୁଖରେ
୫୩ ଟି ଆତଙ୍କୀ ଲଞ୍ôଚଂ ପ୍ୟାଡ୍ ପ୍ରସ୍ତୁତ ହୋଇଛି । ସେହିପରି ଗୁରେଜ୍ ସମ୍ମୁଖ
ପିଓକେରେ ୧୪ଟି, ତଙ୍ଗଧାର ସେକ୍ଟରରେ ଏଲ୍ଓସି ଆରପଟେ ୧୯ଟି, କେରଣ
ସେକ୍ଟରରେ ସୀମା ଆରପଟେ ୧୪ଟି, ଊରି ସେକ୍ଟରରେ ଏଲ୍ଓସି ଆରପଟେ
୨୫ଟି, ନୌଗାମ ଓ ଗୁଲମର୍ଗ ସେକ୍ଟରରେ ଯଥାକ୍ରମେ ୨୫ ଓ ୩୪ଟି ଆତଙ୍କୀ
ଲଞ୍ôଚଂ ପ୍ୟାଡ୍କୁ ପାକ୍ ସେନା ଓ ଆଇଏସ୍ଆଇ ପ୍ରସ୍ତୁତ କରି ସେଥିରେ ପ୍ରଶିକ୍ଷଣପ୍ରାପ୍ତ
ଆତଙ୍କବାଦୀମାନଙ୍କୁ ଠୁଳ କରି ରଖିଛି । ସୁଯୋଗ ଉଣ୍ଡି ସେମାନଙ୍କୁ ଭାରତୀୟ
ସୀମା ଭିତରକୁ ଅନୁପ୍ରବେଶ କରାଯିବ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସତର୍କ
କରିଛି ।
ଅନ୍ୟପଟେ ଜମ୍ମୁ-କାଶ୍ମୀର ଘାଟିକୁ ଆତଙ୍କମୁକ୍ତ କରିବା ଲାଗି ଭାରତୀୟ ସେନା ଓ ଅର୍ଦ୍ଧସାମିରକ ବାହିନୀ ପକ୍ଷରୁ ଜାରି ‘ଅପରେସନ ଅଲ୍ଆଉଟ୍’ରେ
ବର୍ଷ ଆରମ୍ଭରୁ ଏଯାବତ୍ ଭିନ୍ନ ଭିନ୍ନ ଏନ୍କାଉଣ୍ଟରରେ ବିଭିନ୍ନ ଆତଙ୍କବାଦୀ
ସଂଗଠନର ପ୍ରାୟ ୧୧୩ ଜଣ ଆତଙ୍କବାଦୀ ନିପାତ ହୋଇସାରିଲେଣି । ସେପଟେ
୨୦୧୮ରେ ସୁରକ୍ଷାକର୍ମୀଙ୍କ ସହିତ ଏନ୍କାଉଣ୍ଟରରେ ୨୫୭ ଜଣ ଆତଙ୍କବାଦୀ
ନିହତ ହୋଇଥିଲେ । ତେବେ ୨୦୧୬ରୁ ୨୦୧୯ ଜୁନ୍ ୧୬ ତାରିଖ ମଧ୍ୟରେ
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହିତ ଏନ୍କାଉଣ୍ଟରରେ ପ୍ରାୟ ୭୩୩ ଜଣ
ଆତଙ୍କବାଦୀ ନିହତ ହୋଇସାରିଛନ୍ତି ।

Comments
Post a Comment