ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ


ଚମ୍ପୁଆ,୨୧ା୬: ଚମ୍ପୁଆ ସରସ୍ୱତୀ ଶିଶୁ ମନ୍ଦିର ପ୍ରଙ୍ଗଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଅଧିକାରୀ ଡା କର୍ଣ୍ଣରାମ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମ୍ପାଦକ ଗଙ୍ଗାଧର କର ଯୋଗ ଦେଇଥିଲେ । ଏଥିପାଇଁ ବୟସର ତାରତମ୍ୟତା ନଥାଏ । ପୁର୍ବ କାଳରେ ମୁନି ଋଷିଙ୍କ ଠାରୁ ଏହା ଆରମ୍ଭ କରାଯାଇ ଆଜି ଦେଶ ବିଦେଶରେ ଖୁବ ଆଦୃତ ହୋଇ ପାରିଛି ।ଏକସୁସ୍ଥ ରାଷ୍ଟ ଗଠନରେ ଏହାର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ଏହାର ପ୍ରସାର ପାଇଁ ପଦକ୍ଷେପ ନେଉଥିବା ସୂଚନା ଦେଇଥିଲେ ସମ୍ପାଦକ ଗଙ୍ଗାଧର କର । ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । ବିଦ୍ୟାଲୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ରିମୁଳି ଶିକ୍ଷକ ଶିକ୍ଷାନୁଷ୍ଠାନରେ ଯୋଗ ଗୁରୁ କୃପାସିନ୍ଧୁ ମିଶ୍ର ଛାତ୍ରଛାତ୍ର ମାନଙ୍କୁ ମଧ୍ୟ ଏହି ଯୋଗ ଦିବସ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

Comments