ଆଜି ଆମେରିକାର ଅର୍ଲାଣ୍ଡରେ ହୋଇଥିବା ଏଫ୍ଏଟିଏଫ୍ ର ଅଧ୍ୟକ୍ଷ ପି.କେ.ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ନିଷ୍ପତ୍ତି ଉପରେ ସାମୟିକ ଆସ୍ୱସ୍ତି ମିଳିଛି । ପାକିସ୍ତାନର ସବୁଦିନିଆ ମିତ୍ର ଚୀନ, ତୁର୍କୀ ଓ ମାଲେସିଆର ସମର୍ଥନ ହେତୁ ସେ ଏହି ତାଲିକାଭୁକ୍ତ ହେବାରୁ ବର୍ତ୍ତିଯାଇଛି । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ତା’ମାଟିରୁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ତାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ତାଗିଦ୍ କରିଛି । ଏଥିସହିତ ୧୦ ଟିକିଆ ଏଫ୍ଏଟିଏଫ୍ର ନିର୍ଦ୍ଦେଶାବଳୀକୁ କାଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।ଫଲାହେଇନ୍ସାନିୟତ୍ର ମୁଖ୍ୟ ହାଫିଜ ସଇଦ ଓ ଉପମୁଖ୍ୟ ସଇଦ ମାମୁଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ମଧ୍ୟ ତାଗିଦ୍ କରାଯାଇଛି । ନିଜ ଦେଶରେ ଆତଙ୍କବାଦୀଙ୍କୁ ଆଶ୍ରୟ, ଆର୍ଥିକ ସହାୟତା ଓ ତାଲିମ୍ ଦେଇଆସୁଥିବା ପାକିସ୍ତାନ ଉପରେ ଭୀଷଣ ଅସନ୍ତୁଷ୍ଟ ହୋଇଛି ଏଫ୍ଏଟିଏଫ୍ । ବାରମ୍ବାର ତାଗିଦ ସତ୍ତେ୍ୱ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି ବରଂ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ଏଣୁ ତାକୁ ପୂର୍ବରୁ ଏଫ୍ଏଟିଏଫ୍ ଗ୍ରେ ଲିଷ୍ଟରେ ତାଲିକାଭୁକ୍ତ କରିଛି । ଫଳରେ ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କ୍ରୁ କୌଣସି ପ୍ରକଳ୍ପ ଲାଗି ଋଣ ମିଳୁନାହିଁ ଓ ପାକିସ୍ତାନ ଏବେ ଏକରକମ ଦେବାଳିଆ ହୋଇଯାଇଛି । ତେବେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ଆତଙ୍କବାଦୀଙ୍କୁ ପାକିସ୍ତାନ ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ନକରେ ତା’ହେଲେ ଏଫ୍ଏଟିଏଫ୍ ତାକୁ ବ୍ଲାକ୍ ଲିଷ୍ଟ ବା କଳା ତାଲିକାଭୁକ୍ତ କରିଦେବ । ଏପରିସ୍ଥଳେ ପାକିସ୍ତାନ ସହିତ କୌଣସି ଦେଶ ବେପାର ବାଣିଜ୍ୟ ବା ନେଣଦେଣ କରିବେ ନାହିଁ ବା ତାକୁ କୌଣସି ଦେଶରୁ ଆର୍ଥିକ ସହାୟତା ମିଳିବ ନାହିଁ ।

Comments
Post a Comment