‘ଜୟ ଶ୍ରୀରାମ’ କହୁଥିବା ଲୋକଙ୍କ ଉପରକୁ ଗୁଳିମାଡ


କୋଲକତା, ୨୩/୬  : ସପ୍ତଦଶ ନିର୍ବାଚନରେ ହାତରୁ ୧୮ଟି ସିଟ୍ ଖସିଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମ୍ସି ପାଗଳ ପ୍ରାୟ ହୋଇଯାଇଛନ୍ତି  । ଏଣୁ ସେମାନେ ବିରୋଧୀ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ବିରୋଧ କରୁଛନ୍ତି  । ଏଣୁ ବର୍ତ୍ତମାନ ପ.ବଙ୍ଗରେ ‘ଜୟ ଶ୍ରୀରାମ’ କହିବା ଉପରେ ମମତା ଦିଦି କଟକଣା ଲଗାଇ ଦେଇଛନ୍ତି  । ‘ଜୟ ଶ୍ରୀରାମ’ କହୁଥିବା ଲୋକଙ୍କୁ ଧରିଆଣି ଜେଲ୍ରେ ବନ୍ଦୀ କରିବାକୁ ସେ ପ.ବଙ୍ଗ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି  । ପରିଣାମସ୍ୱରୂପ ‘ଜୟ ଶ୍ରୀରାମ’ କହୁଥିବା ସାଧାରଣ ଲୋକ ବା ବିଜେପି କର୍ମୀଙ୍କୁ ପୁଲିସ ଜୋରଜବରଦସ୍ତ ଉଠାଇ ନେଇ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରୁଛି  । ମାତ୍ର କୋଟି କୋଟି ହିନ୍ଦୁଙ୍କୁ ଆରାଧ୍ୟ ପ୍ରଭୁ ଶ୍ରୀ ରାମଙ୍କ ନାମ ନେବାକୁ ଦିଦି ଯେତେ କଟକଣା କଲେ ବି ଏହାକୁ ଉଚ୍ଚାରଣ କରିବା ବନ୍ଦ ହେଉନି  । ତେଣେ ଦିଦିଙ୍କ ପରୋକ୍ଷ ନିର୍ଦ୍ଦେଶ ପାଇ ପୁଲିସ ମଧ୍ୟ ରକ୍ତମୁଖା ହୋଇପଡ଼ିଛି ଏବଂ ‘ଜୟ ଶ୍ରୀରାମ’ କହୁଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରୁଛି  । ନିକଟରେ ୨୪ ଉତ୍ତର ପ୍ରଗଣାର ଭାଟପଡ଼ାରେ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକ ମୃତ୍ୟୁ ବରଣ କରିଥିବାବେଳେ ଶନିବାର ବିଳମ୍ବିତ ରାତ୍ରିରେ ବାଙ୍କୁରା ଜିଲ୍ଲାରେ ପୁଲିସ ଫାୟାରିଂରେ ଜଣେ ସ୍କୁଲ ଛାତ୍ର ସମେତ ୨ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି  । ଆହତ ୩ ଜଣଙ୍କ ପରିଚୟ ଯଥାକ୍ରମେ ତାପସ ବୌରୀ, ତୁଲା ପ୍ରସାଦ ଖାନ୍ ଓ ସୌମନ ବୌରୀ ବୋଲି ଜଣାପଡ଼ିଛି  । ସେମାନଙ୍କୁ ଚିକିତ୍ସା ଲାଗି ବାଙ୍କୁରା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି  । ୧୪ ବର୍ଷୀୟ ସୌମନ ବୌରୀ ୮ମ ଶ୍ରେଣୀର ଛାତ୍ର ହୋଇଥିଲାବେଳେ ତାପସ ବୌରୀ ଓ ତୁଲା ପ୍ରସାଦ ଖାନ ବିଜେପି କର୍ମୀ ଅଟନ୍ତି  ।

Comments