୨୧ରେ ଜନତା ମଇଦାନରେ ପାଳିତ ହେବ ଯୋଗ ଦିବସ


ଭୁବନେଶ୍ୱର: ଆସନ୍ତା ଜୁନ୍ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଓଡିଶା ଯୋଗ ମହୋତ୍ସବ ସମିତି ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ । କାର୍ଯ୍ୟକ୍ରମରେ ପ୍ରାୟ ୮ ହଜାର ଲୋକ ଯୋଗ ଦେବେ । ବୁଧବାର ଦିନ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମିତିର ପୃଷ୍ଠପୋଷକ ସ୍ୱାମୀ ପ୍ରାଣ ରୂପାନନ୍ଦଜୀ , ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ ଓ କୋଷାଧ୍ୟକ୍ଷ ସତ୍ୟ ଶୋଭନ ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ସମସ୍ତ ଇଚ୍ଛୁକ ବ୍ୟକ୍ତି ଯୋଗ ଦେଇପାରିବେ । ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରାତଃ ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ସମ୍ପାଦକ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୋଗ ମହୋତ୍ସବ ସମିତି ପକ୍ଷରୁ ଓଡିଶାର ୧୦ ହଜାର ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Comments