ନୂଆଦିଲ୍ଲୀ, ୨୦/୬ : ଚଳିତ ବର୍ଷ ସମଗ୍ର ଦେଶରେ ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି । ଦେଶର ଅଧିକାଂଶ ରାଜ୍ୟରେ ଦିନବେଳା ତାପମାତ୍ରା ଅଧିକତମ ୪୦ ଡିଗ୍ରୀରୁ ଅଧିକ ରହୁଛି । ଯାହାକି ୧୧୭ ବର୍ଷ ପରେ ଏଭଳି ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି । ତେଣେ ଚଳିତ ବର୍ଷ ମୌସୁମୀ ମଧ୍ୟ ବିଳମ୍ବରେ ଆସୁଛି । ପ୍ରବଳ ଗ୍ରୀଷ୍ମତାପ ହେତୁ ଦେଶର ୯୧ଟି ବଡ଼ ଜଳାଶୟରେ ମାତ୍ର ୨୦% ଜଳ ରହିଛି । ଏଥର ଦେଶର ତାପମାତ୍ରାରେ ୨.୦୬ ଡିଗ୍ରୀ ବୃଦ୍ଧି ହୋଇଥିବା ପାଣିପାଗ ବିଭାଗ କହିଛି । ଯଦି ଏହିଭଳି ତାପମାତ୍ରରେ ବୃଦ୍ଧି ଜାରି ରୁହେ ତା’ହେଲେ ଆସନ୍ତା ୨୦୨୦ରେ ଦେଶର ୨୧ଟି ସହରର ଭୂତଳ ଜଳ ଶେଷ ହୋଇଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ବିଶେଷ କରି ଅଧିକ ସଂଖ୍ୟାରେ ଗଛ କାଟିବା, ନଦୀ ଗର୍ଭରୁ ବାଲି ଉଠାଇବା, ଅଧିକ ସଂଖ୍ୟକ କୋଠାବାଡ଼ି ନିର୍ମାଣ କରିବା ଆଦି କାରଣ ହେତୁ ତାପମାତ୍ରା ଏଭଳି ବୃଦ୍ଧି ଘଟୁଛି ବୋଲି ପରିବେଶବିଦ୍ମାନେ ଆଶଙ୍କା କରୁଛନ୍ତି । ଏକ ସର୍ଭେରୁ ଜଣାଯାଇଛି ଯେ, ୧୯୦୧ରୁ ୨୦୧୮ ମଧ୍ୟରେ ଦେଶର ତାପମାତ୍ରାରେ ହାରାହାରି ୨.୦୬ ଡିଗ୍ରୀ ବୃଦ୍ଧି ପାଇଛି । ୧୯୦୧ରେ ଦେଶର ତାପମାତ୍ରା ହାରାହାରି ୨୪.୨୩ ଡିଗ୍ରୀ ସେଲ୍ସିୟସ୍ ରହିଥିଲାବେଳେ ୨୦୧୮ରେ ଏହା ୨୬.୨୯ ଡିଗ୍ରୀକୁ ବୃଦ୍ଧି ପାଇଥିଲା । ତେବେ ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା କମ୍ପୋଜିଟ୍ ୱାଟର ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ହେତୁ ଭୂତଳ ଜଳସ୍ତର ହ୍ରାସ ପାଉଛି । ତାପମାତ୍ରାରେ ବୃଦ୍ଧି ଜାରି ରହିଲେ ଆଗକୁ ଦିଲ୍ଲୀ, ବେଙ୍ଗାଲୁର, ହାଇଦ୍ରାବାଦ, ଚେନ୍ନାଇ ସମେତ ଦେଶର ୨୧ଟି ପ୍ରମୁଖ ସହରର ଭୂତଳ ଜଳ ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ପ୍ରତିବର୍ଷ ଦେଶରେ ମହଜୁଦ ଭୂତଳ ଜଳକୁ ଦେଶର ୪୦% ଲୋକ ବ୍ୟବହାର ପାଇଁ ଉପଯୋଗ କରୁଥିଲାବେଳେ ବାକି ୬୦% ଲୋକ ଦୈନନ୍ଦିନ ବ୍ୟବହାର ଲାଗି ଜଳ ପାଉନାହାନ୍ତି । ସେହିଭଳି ସ୍ୱଚ୍ଛ ପାନୀୟ ଜଳ ଅଭାବରୁ ଦେଶରେ ବର୍ଷକୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଯଦି ଏହିଭଳି ଭୂତଳ ଜଳର ଦୂରୁପଯୋଗ ଲାଗି ରହେ ତା’ହେଲେ ୨୦୩୦ ସୁଦ୍ଧା ଦେଶର ୪୦% ଲୋକ ପାନୀୟ ଜଳ ପାଇବାରୁ ବଞ୍ôଚତ ହେବେ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଏହି ରିପୋର୍ଟରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଦେଶର ବିଭିନ୍ନ ରାଜ୍ୟକୁ ର୍ୟାଙ୍କିଙ୍ଗ୍ କରାଯାଇଛି । ଉକ୍ତ ର୍ୟାଙ୍କିଙ୍ଗ୍ ଅନୁଯାୟୀ, ଗୁଜରାଟରେ ସର୍ବାଧିକ ୭୬% ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇଥାନ୍ତି । ସେହିପରି ମଧ୍ୟପ୍ରଦେଶରେ ଏହି ପ୍ରତିଶତ ୬୯%, ଆନ୍ଧ୍ରପ୍ରଦେଶରେ ୬୮%, ତ୍ରିପୁରାରେ ୫୯%, କର୍ଣ୍ଣାଟକରେ ୫୬%, ମହାରାଷ୍ଟ୍ରରେ ୫୫%, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ୫୩%, ତାମିଲନାଡୁରେ ୫୧%, ତେଲେଙ୍ଗାନାରେ ୫୦%, ସିକ୍କିମ୍ ଓ ଛତିଶଗଡ଼ରେ ୪୯%, ରାଜସ୍ଥାନରେ ୪୮%, ଗୋଆରେ ୪୪%, କେରଳ ଏବଂ ଓଡ଼ିଶାରେ ୪୨%; ବିହାର, ୟୁପି ଓ ହରିଆଣାରେ ୩୮%, ଝାରଖଣ୍ଡରେ ୩୫%, ଆସାମରେ ୩୧%, ନାଗାଲ୍ୟାଣ୍ଡରେ ୨୮%, ଉତ୍ତରାଖଣ୍ଡ ଓ ମେଘାଳୟରେ ୨୬% ରହିଛି ।

Comments
Post a Comment