ଶ୍ରୀନଗର, ୨୪/୬ : ଜମ୍ମୁ-କାଶ୍ମୀରକୁ
ଆତଙ୍କୀ ମୁକ୍ତ କରିବା ଲାଗି
ଭାରତୀୟ ସେନା ଓ ଅର୍ଦ୍ଧସାମରିକ
ବାହିନୀ ପକ୍ଷରୁ ମିଳିତ ଭାବେ
‘ଅପରେସନ୍ ଅଲ୍ଆଉଟ୍’ ଜାରି
ରହିଛି । ଏହି ଅପରେସନରେ ଗତ
୬ ମାସ ମଧ୍ୟରେ ଘାଟିରେ ଭିନ୍ନ
ଭିନ୍ନ ଏନ୍କାଉଣ୍ଟରରେ ବିଭିନ୍ନ
ଆତଙ୍କୀ ସଂଗଠନର ପ୍ରାୟ ୧୧୪
ଜଣ ଆତଙ୍କବାଦୀଙ୍କୁ
ସୁରକ୍ଷାକର୍ମୀମାନେ ନିପାତ
କରିଛନ୍ତି । ତେବେ ଏହି
ଅପରେସନରେ ସବୁଠାରୁ ଅଧିକ
କ୍ଷତିଗ୍ରସ୍ତ ହୋଇଛି ପାକ୍ ସମର୍ଥିତ
ଆତଙ୍କୀ ସଂଗଠନ ଜୈସ-ଇମହମ୍ମଦ । ପୁଲୱାମାରେ ଜୈସର
ଆତଙ୍କୀ ହମ୍ଲା ପରେ ତାକୁ
ସବୁଠାରୁ ଅଧିକ ଟାର୍ଗେଟ କରିଛନ୍ତି
ସୁରକ୍ଷାକର୍ମୀମାନେ । ଗତ ୬ ମାସ
ମଧ୍ୟରେ ଜୈସ-ଇ-ମହମ୍ମଦର ୩୮
ଜଣ ଆତଙ୍କୀଙ୍କୁ ସେନାର
ଜୱାନମାନେ ନିପାତ କରିଛନ୍ତି ।
ସେଥିମଧ୍ୟରୁ ୨୪ ଜଣ ସ୍ଥାନୀୟ
ଆତଙ୍କୀ ଅଟନ୍ତି । ଏହାପରେ
ସୁରକ୍ଷାକର୍ମୀମାନଙ୍କ ‘ଅପରେସନ୍
ଅଲ୍ଆଉଟ୍’ର ଦ୍ୱିତୀୟ ସବୁଠାରୁ
ବଡ଼ ଶୀକାର ହୋଇଛି ହିଜବୁ
ମୁଜାହିଦ୍ଦିନ । ହିଜବୁଲ୍ର ୩୬ ଜଣ
ଆତଙ୍କବାଦୀ ଏନ୍କାଉଣ୍ଟରରେ
ପ୍ରାଣ ହରାଇଛନ୍ତି । ସେହିପରି
ଲସ୍କର-ଇ-ତୋଇବାର ୨୪ ଜଣ,
ଅଲ୍-ବଦରର ୫ ଜଣ, ଅନସାର
ଗଜବତୁଲ ହିନ୍ଦର ୫ ଜଣ ଏବଂ
ଆଇଏସ୍ର ୩ ଜଣଙ୍କ ଆତଙ୍କବାଦୀ
ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ
ଦ୍ୱାରା ନିହତ ହୋଇଛନ୍ତି ।
ସେହିଭଳି ଗତ ୬ ମାସ ମଧ୍ୟରେ
ସୁରକ୍ଷାକର୍ମୀମାନେ ଘାଟିରେ
ଏନ୍କାଉଣ୍ଟର କରି ୨୦ ଜଣ
ବିଦେଶୀ ଆତଙ୍କବାଦୀଙ୍କୁ ନିପାତ
କରିଛନ୍ତି । କେବଳ ମଇ ମାସରେ
ଏନ୍କାଉଣ୍ଟରରେ ସର୍ବାଧିକ ୨୮
ଜଣ ଆତଙ୍କବାଦୀ ନିହତ
ହୋଇଥିବା ସେନା ସୂତ୍ରରୁ ପ୍ରକାଶ ।
ସେପଟେ ସୋମବାର ଜମ୍ମୁକାଶ୍ମୀରର ପୁଲୱାମା ଅନ୍ତର୍ଗତ
ତୁଲଲହୁଲ ଗ୍ରାମରେ କେତେକ
ଆତଙ୍କବାଦୀ ଲୁଚି ରହିଥିବାର
ସୂଚନା ମିଳିବା ପରେ ସେନା
ପକ୍ଷରୁ ଉକ୍ତ ଅଞ୍ଚଳର ଘେରାବନ୍ଦୀ
କରାଯାଇଥିଲା । ସେନାର ୫୫
ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍ପିଏଫ୍
ଓ ଏସ୍ଓଜିର ଜୱାନମାନେ ଏହି ସର୍ଚ୍ଚ
ଅପରେସନରେ ସାମିଲ
ହୋଇଥିଲେ ।
Comments
Post a Comment