ବାଲିଚନ୍ଦ୍ରପୁର,: ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ଯୋଗ ଦେଇ ଯୋଗର ସଜ୍ଞା ଉପକାରିତା ତଥା ଯୋଗ ସମାଜର ଶାନ୍ତି ପ୍ରଗତି ଓ ବିକାଶର ବାର୍ତ୍ତା ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟି ସଭାପତି ପ୍ରାଧ୍ୟାପକ ଶରତ ଚନ୍ଦ୍ର କର ଅଧ୍ୟକ୍ଷତା କରି ଶିକ୍ଷାନୁଷ୍ଠାନ ବହୁ ଶିକ୍ଷଣୀୟ କାର୍ଯ୍ୟକ୍ରମ କଥା ଉପସ୍ଥାପିତ କରି ଯୋଗ ପ୍ରତି ଆକୃଷ୍ଟ ହେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅଭିଭାବକମାନଙ୍କୁ ଆହ୍ୱନ ଦେଇଥିଲେ । ଏହି ଯୋଗ ଶିବିରରେ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ହିମାଂଶୁ ଶେଖର ବଳ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ଜେନା, ପୁର୍ବତନ ସମ୍ପାଦକ ତଥା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ନିରଞ୍ଜନ ମହାନ୍ତି, ସଙ୍କୁଳ ପ୍ରମୁଖ ଅଧ୍ୟାପକ ସଂଗ୍ରାମ କିଶୋର ପରିଡ଼ା ଯୋଗ ଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ଯୋଗ ଅଭ୍ୟାସ ସମ୍ପର୍କରେ ମତା ମତ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃତ୍ତିବାଷ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଉତ୍ସବ ପ୍ରମୁଖ ଦେବେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗ ପ୍ରଶିକ୍ଷଣ କାର୍ଯ୍ୟ ଯୋଗ ମୁଖ୍ୟ ପ୍ରଶିକ୍ଷକ ଅଶୋକ ଗୁରୁଜୀ, ମିନାକ୍ଷୀ ଗୁରୁମା, ଶୁଭଲକ୍ଷ୍ମୀ ଗୁରୁମା, ଲୋପାମୁଦ୍ରା ଗୁରୁମା ଏବଂ ସୁପ୍ରିତୀ ଗୁରୁମା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅତିଥି, ଉଚ୍ଚ ପଦସ୍ଥ ଅଧିକାରୀ, ଅଭିଭାବକ, ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା, ସେବକ ସେବିକା ପ୍ରମୁଖ ଯୋଗ ଦାନ କରି ଉକ୍ତ ଯୋଗ ଶିବିରକୁ ସଫଳ ରୁପାୟନ କରିଥିଲେ ।

Comments
Post a Comment