ତୁର୍କୀରେ ହିନ୍ଦୁ ରୀତିନୀତିରେ ବିବାହ କରିବେ ନୁସରତ


ଜୟ ଶ୍ରୀରାମ ନାରା ଓ ହିନ୍ଦୁକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ବିରୋଧ କରୁଥିବାବେଳେ ତାଙ୍କ ଦଳର ସାଂସଦ କିନ୍ତୁ ହିନ୍ଦୁ ଧର୍ମରେ ବିବାହ କରିବାକୁ ମନ ବଳାଇଛନ୍ତି । ତୃଣମୂଳ କଂଗ୍ରେସର ସବୁଠାରୁ ସୁନ୍ଦରୀ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି  । କାରଣ ନୁସରତ ତୁର୍କୀର ଇସ୍ତାନବୁଲ ସହରରେ ନିଜର ପ୍ରେମିକ ତଥା କୋଲକାତାର ବ୍ୟବସାୟୀ ନିଖିଳ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି  । ନୁସରତଙ୍କ କହିବା କଥା ଦୁଇ ଜଣ ଅଲଗା ଧର୍ମର ହେଲେ ବି ପ୍ରେମ ଆଗରେ ସବୁ ତୁଚ୍ଛ  । ଜୁନ ୧୭ରେ ତାଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସଙ୍ଗୀତ ଉତ୍ସବ ·ଲିଛି  । ହଳଦୀ ସମୟର ଫଟୋକୁ ନୁସରତ ସୋସିଆଲ ମିଡିଆରେ ସେୟାର କରିବା ସହ ନିଜ ଭାବି ସ୍ୱାମୀଙ୍କ ଫଟୋ ମଧ୍ୟ ଛାଡିଛନ୍ତି । ଧଳା ଗଜରା, କାନରେ ସୁନା କାନଫୁଲ ସହ ମଥାରେ ବିନ୍ଦି ଲାଗାଇ ଖୁବ୍ ସୁନ୍ଦରୀ ଦିଶୁଛନ୍ତି ନୁସରତ  । ସାଂସଦ ହେବାପରେ ନୁସରତ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା  । ବଙ୍ଗଳା ସିନେମା ଜଗତରେ ନୁସରତ ଜଣେ ଆଗଧାଡିର ନାୟିକା ହୋଇଥିବାବେଳେ ଚଳିତ ଥର ବସିରହାଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ି ବିଜୟୀ ହୋଇଥିଲେ ।

Comments