ବଜରଙ୍ଗ ଦଳ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ


 ଭଦ୍ରକ ସହରର ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗ ଦଳ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଯୋଗ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି ଉଦ୍ଘାଟନ କରିବା ସହିତ ଯୋଗ କରିବା ଦ୍ୱାରା ଉଭୟ ଶରୀର ଓ ସମାଜକୁ ସୁସ୍ଥ ରଖି ହେବ ବୋଲି ମତ ପ୍ରକାଶ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଭଦ୍ରକ ଜିଲ୍ଲା ସଭାପତି ବିଜୟ ସିନ୍ହା ନିଜ ବକ୍ତବ୍ୟ କହିଥିଲେ ଆଜି ସମଗ୍ର ବିଶ୍ୱ ଯୋଗକୁ ଏକ ଅମୂଲ୍ୟ ଚିକିତ୍ସା ପଦ୍ଧତି ଭାବେରେ ଗ୍ରହଣ କରି ନେଲେଣି । ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ଦଳ ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ପୁନିଲ ସାମନ୍ତ, ମହେଶ୍ୱର ବେହେରା, ମମତା ବେହେରା, ଅନିଲ ବେହେରା ପ୍ରମୁଖ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ସେହିପରି ବଜରଙ୍ଗ ଦଳ ରାଉରକେଲା ଜିଲ୍ଲା ଶାଖା ଦ୍ୱାରା ମଧ୍ୟ ପାର୍କଠାରେ ଯୋଗ ଦିବସକୁ ପାଳନ କରାଯାଇଥିଲା  । ଏହି ଅବସରରେ ଶତାଧିକ କର୍ମୀମାନେ ଯୋଗଦେଇଥିଲେ  ।

Comments