ଶୈକ୍ଷିକ ମହାସଂଘର ଅଖିଳ ଭାରତୀୟ ସଭାପତି ପ୍ରଫେସର ଜେ.ପି. ସିଂଘଲଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ



ଭୁବନେଶ୍ୱର, ତା୨୬ା୬- ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସଭାପତି  ତଥା ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜଗଦୀଶ ପ୍ରସାଦ ସିଂଘଲ ଆସନ୍ତା ୨୭, ୨୮ ଓ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି  । ସେ ୨୯ ତାରିଖ ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଆଞ୍ଚଳିକ ଶିିକ୍ଷା ପ୍ରତିଷ୍ଠାନଠାରେ ‘ଚିଠା ଜାତୀୟ ଶିକ୍ଷାନୀତି ୨୦୧୯’ଉପରେ ଏକ ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି  । ମହାସଂଘର ଓଡ଼ିଶା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି  ବୋଲି ଆବାହକ ଡକ୍ଟର ପବିତ୍ର କୁମାର ରଥ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି  ।

Comments