ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଠାରେ ନୂଆପଡା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ପୁସ୍ତମ ସୁନାନୀ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଜିଲ୍ଲାରେ ସଂଘର ବିଗତ ଦିନର କାର୍ଯ୍ୟ ଓ ଆଗାମୀ ଦିନର କାର୍ଯ୍ୟର ବିସ୍ତାର ଲକ୍ଷ୍ୟ ସମନ୍ଧରେ ଆଲୋଚନା କରାଯାଇଥିଲା । ଆସନ୍ତା ଗୁରୁପୂର୍ଣ୍ଣିମା ଦୃଷ୍ଟିରୁ ସମସ୍ତ ସ୍ୱୟଂସେବକଙ୍କ ଯେପରି ଗୁରୁପୂର୍ଣ୍ଣିମାରେ ଯୋଗଦାନ ରହିବ ସେଥିପାଇଁ ଗୁରୁତ୍ୱାରୋପ କରଯାଇଥିଲା । ପୁଣି ଆସନ୍ତା ୨୧ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଜିଲ୍ଲାର ୬୦ ଗୋଟି ସ୍ଥାନରେ ଯୋଗଦିବସ ପାଳନ ନିମନ୍ତେ ଲକ୍ଷ୍ୟ ସ୍ଥିର ହୋଇଥିଲା । ଏହା ସହିତ ସେବା ଓ ପର୍ଯ୍ୟାବରଣ ଦୃଷ୍ଟିରୁ ଚାରା ରୋପଣ, ଜଳ ସଂରକ୍ଷଣ ଓ ପଳିଥିନ ବର୍ଜନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା କାର୍ଯ୍ୟବାହ ଜୟଶ୍ୱର ବନଗୋଲା, ବିଭାଗ ପ୍ରଚାରକ ସୁବ୍ରତ ସାମନ୍ତରାୟ, ଜିଲ୍ଲା ପ୍ରଚାରକ ମୋହନ ପ୍ରଧାନ, ରତ୍ନାକର ସାହୁ, ନବକୃଷ୍ଣ ବେହେରା, ତେଜରାଜ ପଟେଲ, ଯୁବରାଜ ପଟେଲ, ପ୍ରଦୀପ ରାଉତରାୟ, ଗଣେଷ ଗହୀର, ଅବନିରଞ୍ଜନ ପାଢୀ, ସଞ୍ଜୟ ଚଲାନ, ଖଗେଶ୍ୱର ବାଗ, ପିତାମ୍ବର ଶବର, ରୋହିତାଶ୍ୱ ନାଏକ ସମେତ ଅନ୍ୟାନ୍ୟ କର୍ମକର୍ତା ଯୋଗଦାନ କରିଥିଲେ

Comments
Post a Comment