ଯୋଗ ଦିିବସ ଅବସରରେ ମୁସଲିମ୍ ମହିଳାଙ୍କ ଯୋଗାଭ୍ୟାସ


 ମୁମ୍ବାଇ, ୨୧/ ୬  : ପଂଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ମୁମ୍ବାଇର ମଲାଡ ଅଂଚଳରେ ବିପୁଳ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକେ ଯୋଗାଭ୍ୟାସ କରିଥିଲେ  । ଏହି କାର୍ଯ୍ୟକ୍ରମରେ ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ବହସୁ ସଂଖ୍ୟାରେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ  । ଯୋଗାସନ କରିବା ପରେ ମହିଳମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଯୋଗ ମଣିଷକୁ ନୀରୋଗ ରଖେ  । ଏଣୁ ଏହାକୁ କୌଣସି ଧର୍ମ ସହିତ ଯୋଡ଼ିବା ଆଦୌ ଠିକ୍ ନୁହେଁ  । କେତେକ ମହିଳା ଯୋଗାଭ୍ୟାସ ହେତୁ ସେମାନଙ୍କୁ ଅଂଟା ଦରଜ, ନିଃଶ୍ୱାସ ପ୍ରଶ୍ୱାସ ନେବାବେଳେ ଉପୁଜୁଥିବା କଷ୍ଟ ଆଦି ସମସ୍ୟାରୁ ମୁକ୍ତି ମିଳିପାରିଛି ବୋଲି କହିଥିଲେ  । ତେବେ ଯୋଗ ଆଦିକାଳରୁ ଭାରତୀୟ ସଂସ୍କୃତିରେ ଓ ବିଦେଶରେ ଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଦମ୍ୟ ଚେଷ୍ଟା ହେତୁ ଏହା ଆନ୍ତର୍ଜାତିକ ମାନ୍ୟତା ପାଇ ଏକ ଆନ୍ତର୍ଜାତୀୟ କ୍ରୀଡ଼ାର ମାନ୍ୟତା ପାଇପାରିଛି ବୋଲି ଉପସ୍ଥିତ ଲୋକେ ମତବ୍ୟକ୍ତ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ  । ଅନ୍ୟପଟେ ଇସଲାମରେ ନାନାଦି ପ୍ରକାରର ବାରଣ ଥିବାବେଳେ ଏଥିରୁ ଯୋଗକୁ ବାଦ୍ ଦିଆଯାଇଛି ଏବଂ ଯୋଗକୁ ନେଇ ସେମାନଙ୍କ ମନରେ କୌଣସି ଆପତି ନାହିଁ ବୋଲି ଅଭ୍ୟାସରତ ଅନେକ ମୁସଲିମ୍ ଲୋକ ମତବ୍ୟକ୍ତ କରିଛନ୍ତି  ।

Comments