ନୂଆଦିଲ୍ଲୀ, ୨୩/୬ : ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥିକୁ ଦେଶ ପାଳନ କରୁଛି ।ଏହି ଅବସରରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ସମଗ୍ର ରାଷ୍ଟ୍ର ସ୍ତବ୍ଧ ହୋଇଯାଇଥିଲା । ଦେଶବାସୀ ଏହାର ତଦନ୍ତ ପାଇଁ ଦାବି କରିଥିଲେ । କିନ୍ତୁ ତକ୍ରାଳନୀ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାର ତଦନ୍ତ ଲାଗି ଆଦେଶ ଦେଇନଥିଲେ । ତେବେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ ଓ ଏହାର ସଦ୍ୟ ପ୍ରମାଣ ହେଉଛି ଭାରତୀୟ ଜନତା ପାର୍ଟି ବା ବିଜେପି । ରବିବାର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟପଟେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଲାଗି ତକ୍ରାଳନୀ ପ୍ରଧାନମନ୍ତ୍ରୀ ନେହେରୁ ଆଦେଶ ଦେଇନଥିବା ନେଇ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ନଡ୍ଡାଙ୍କ ମନ୍ତବ୍ୟ ପରେ କଂଗ୍ରେସ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଏହି ମର୍ମରେ କଂଗ୍ରେସ ନେତା ମୀମ ଅଜଫଲ ସଫେଇ ଦେଇ କହିଛନ୍ତି ଯେ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା । ଯଦି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ବିଜେପି ଏତେ ସମ୍ବେଦନଶୀଳ ତେବେ ଏଯାଏ ଏହାର ତଦନ୍ତ କାହିଁକି କରାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments
Post a Comment