ମୁମ୍ବାଇ: ଜରୁରୀ ପରିସ୍ଥିତି ବେଳେ ମହାରାଷ୍ଟ୍ରରେ ଯେଉଁମାନେ ମିଶା ଆଇନ ବଳରେ ଜେଲ୍ ଯାଇଥିଲେ ସେମାନଙ୍କୁ ପେନସନ୍ ଓ ମାନପତ୍ର ଦିଆଯିବ । ମଙ୍ଗଳବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ଏହା ଘୋଷଣା କରିଛନ୍ତି । ସ୍ମରଣ କରାଯାଇପାରେ ଯେ, ଆଜିକୁ ଠିକ୍ ୪୪ବର୍ଷ ତଳେ ଠିକ୍ ଏହି ଦିନରେ ଅର୍ଥାତ୍ ୧୯୭୫ ଜୁନ୍ ୨୫ ତାରିଖରେ ତକ୍ରାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିବା କାରଣ ଦର୍ଶାଇ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ । ସେତେବେଳେ ବିନା ୱାରେଣ୍ଟରେ ମିଶା ଆଇନ ବଳରେ ଯେ କୋ÷ଣସି ବ୍ୟକ୍ତିକୁ ଗିରଫ କରି ଜେଲ୍ ପଠାଇବା ନିମନ୍ତେ ପୋଲିସକୁ କ୍ଷମତା ପ୍ରଦାନ କରାଯାଇଥିଲା । ଏହି ଆଇନ ବଳରେ କେବଳ ହଜାର ରାଜନୈତିକ ନେତା ବା କର୍ମୀ ନୁହଁନ୍ତି, ବହୁ ସାଧାରଣ ଜନତା ମଧ୍ୟ ଗିରଫ ହୋଇ ମାସ ମାସ ଧରି ଜେଲରେ ଭର୍ତ୍ତି ହୋଇଥିଲେ । ଦେଶର ସବୁ ପ୍ରମୁଖ ବିରୋଧୀ ନେତା ମଧ୍ୟ ଜେଲ୍ ଯାଇଥିଲେ ଏବଂ ୧୯୭୭ରେ ଲୋକସଭା ନିର୍ବାଚନ ହେବା ପର୍ଯ୍ୟନ୍ତ ପ୍ରୟ ୧୮ ମାସ କାଳ ଜେଲ୍ ଭେଗିଥିଲେ । ଅନେକ ଜେଲରେ ଅତ୍ୟାଚାରର ଶୀକାର ହୋଇ ପ୍ରାଣ ହରାଇଥିଲେ ମଧ୍ୟ । ମଙ୍ଗଳବାର ଦିନ ଏନସିପି ନେତା ଅଜିତ ପାୱାରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ କହିଥିଲେ ଯେ, ଜରୁରୀ ପରିସ୍ଥିତି ବେଳେ ଯେଉଁମନେ ଜେଲ୍ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ପେନସନ୍ ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଛନ୍ତି । କିନ୍ତୁ ଅନେକ ବ୍ୟକ୍ତି ଦାରୀଦ୍ର୍ୟ ଭିତର ଦେଇ ଗତି କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବାର୍ଦ୍ଧକ୍ୟରେ ଉପନୀତ । ସେମାନଙ୍କ ପାଇଁ ପେନସନ୍ର ଆବଶ୍ୟକତା ରହିଛି । ଏଥିପାଇଁ ୨୩୬୭ଟି ଆବେଦନ ପତ୍ର ଆସିଛି । ସେଥିମଧ୍ୟରୁ ୧୧୭୯ଟି ଆବେଦନକୁ ଗ୍ରହଣ କରାଯାଇଛି ଏବଂ ପେନସନ୍ ପାଇଁ ସୁପାରିସ୍ କରାଯାଇଛଇ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments
Post a Comment