ସୁରକ୍ଷା ବାହିନୀ ହିଟ୍ ଲିଷ୍ଟ୍ ରୁ ଆଉ ୪ ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩/୬ : ଜମ୍ମୁକାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳୁଛି ବଡ ସଫଳତା । ଗତ ୩ ଦିନ ମଧ୍ୟରେ ୮ଜଣ ଆତଙ୍କବାଦୀ ମଳେଣି । ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସୋପିଆନ ଜିଲ୍ଲାର ଦାରୋମଦୋରା କିଗାମ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବାପରେ ଖାନତଲାସୀ ଆରମ୍ଭ
ହୋଇଥିଲା । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ଦେଖି ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେଏଥିରେ ୪ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

Comments