ବାଲିଗୁଡାରେ ବିଶ୍ୱ ଯୋଗ ଦିବସ ପାଳିତ


ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପରିସର ମଧ୍ୟରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ଆୟୋଜିତ ଏହି ଯୋଗ ଦିବସରରେ ପ୍ରଧାନଚାର୍ଯ୍ୟ ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ମଧୁସୂଦନ ମହାପାତ୍ର ଯୋଗ ଦେଇ ଯୋଗର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଛାତ୍ର ଛାତ୍ରୀଙ୍କ ସମେତ କର୍ମକର୍ତ୍ତା ମିଳିତ ଭାବେ ଯୋଗଭ୍ୟାସ କରିଥିଲେ । ସେହିପରି ବାଲିଗୁଡା ଥାନା ପରିସର ମଧ୍ୟରେ ଥିବା ୧୨୭ ବ୍ୟାଟିଲିୟନ ସିଆରପିଏଫ୍ଙ୍କ ପକ୍ଷରୁ ମଧ୍ୟ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ କମାଣ୍ଡଣ୍ଟ ଜି କୁମାର ଉପସ୍ଥିତ ରହି ଯୋଗଭ୍ୟାସର ଉପକାରିତା ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ସମସ୍ତ ଜବାନ ଏହି ଯୋଗଭ୍ୟାସ ଉତ୍ସବରେ ସାମିଲ ହୋଇ ନିୟମିତ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ସ୍ଥିର ରୁହେ । ଏଣୁ ପ୍ରତ୍ୟେକ ବ୍ୟକ୍ତି ସବୁଦିନେ କିଛି ନା କିଛି ସମୟ ଯୋଗ କରିବା ନିତାନ୍ତ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Comments