ଭୁବନେଶ୍ୱର:୧୭/୦୬/୨୦୧୯,କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା । ନିଜ ଭବିଷ୍ୟତକୁ ଆଖି ଆଗରେ ରଖି ବିଦ୍ୟାର୍ଥୀ ମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିଛନ୍ତି, କିନ୍ତୁ ବିଡମ୍ବନାର ବିଷୟ ଉତ୍ôକଳ ବିଶ୍ୱବିଦ୍ୟାଳୟ , ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକା ସାଙ୍ଗରେ ପ୍ରବେଶିକା ପରୀକ୍ଷା ଅଛି । ତେବେ ଏହିସବୁ ବିଶ୍ୱବିଦ୍ୟାଳୟ ମାନଙ୍କରେ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ର ଛାତ୍ରୀ ଏକା ସାଙ୍ଗରେ କେମିତି ପ୍ରବେଶିକା ପରୀକ୍ଷା ଦେବେ ତାକୁ ନେଇ ପ୍ରଶ୍ନ ଉଠାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି ଉତ୍ôକଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପ୍ରବେଶିକା ପରୀକ୍ଷାର ତାରିଖ ପରିବର୍ତ୍ତନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛି । ଯେଉଁ ତାରିଖର ପ୍ରବେଶିକା ପରୀକ୍ଷା ଅନ୍ୟ ବିଶ୍ୱଦ୍ୟାଳୟର ପ୍ରବେଶିକା ପରୀକ୍ଷା ତାରିଖ ସହ ସମାନ ରହୁଛି ତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟାକରିବୁ ବୋଲି କୁଳପତି ଡ.ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରତିନିଧି ମଣ୍ଡଳକୁ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ସଂଜୟ ମଲ୍ଲିକ , ସୌଭାଗ୍ୟ ରାଉତ , ମାନସ ସାହୁ, ଅମ୍ବାରିଶ ମଙ୍ଗରାଜ , ରାକେଶ ବାରିକ, ରଶ୍ମିରଞନ ବେହେରା, ସତ୍ୟ ଦେ, ରଞିତ ବେହେରା ଆଦି ଉପସ୍ଥିତ ଥିଲେ ।

Comments
Post a Comment