ନୂଆଦିଲ୍ଲୀ,୨୪ା୬: ବାଲାକୋଟ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଭାରତୀୟ ବାୟୁସେନା (ଆଇଏଏଫ୍) ତା’ର ଲକ୍ଷ୍ୟ ହାସଲ କରିଥିଲା । କିନ୍ତୁ ପାକିସ୍ତାନ ଏଭଳି କରିପାରି ନଥିଲା । ପ୍ରତି ଜବାବ ଦେବାକୁ ଆସିଥିବା ପାକିସ୍ତାନ ବାୟୁ ସେନାର କୌଣସି ବିମାନ ଭାରତ ବାୟୁ ସୀମାରେ ପ୍ରବେଶ କରିପାରି ନଥିଲା । କାର୍ଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଗ୍ୱାଲିୟର ବିମାନ ଘାଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ । ଧନୋଆ କହିଛନ୍ତି ଯେ, ବାଲାକୋଟରେ ଭାରତୀୟ ବାୟୁସେନାର ବୋମା ମାଡର ପ୍ରତିଜବାବରେ ପାକିସ୍ତାନ ସେନା ଭାରତୀୟ ସୈନ୍ୟ ଠିକଣାକୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା । ଏହି କ୍ରମରେ ଫେବୃଆରୀ ୨୭ରେ ଭାରତୀୟ ସେନା ଠିକଣା ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ବିମାନ ଆସିଥିଲେ । ହେଲେ ସେମାନେ ଭାରତୀୟ ବାୟୁସୀମାକୁ ପ୍ରବେଶ କରିପାରି ନଥିଲେ । ଭାରତୀୟ ବାୟୁସେନାର କଡା ଜବାବରେ ପାକିସ୍ତାନ ବିମାନ ଫେରିଯାଇଥିଲେ ଓ ତାଙ୍କ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା । ଉତ୍ତେଜନା ସତ୍ତେ୍ୱ ଭାରତ ନିଜର ଏୟାର ଟ୍ରାଫିକକୁ ବନ୍ଦ କରିନଥିଲା । ଭାରତୀୟ ନାଗରିକ ସ୍ୱାଭାବିକ ଭାବେ ବିମାନ ଯୋଗେ ଯାତାୟତ କରିପାରୁଥିଲେ । କେବଳ ଫେବୃଆରୀ ୨୭ରେ ଶ୍ରୀନଗର ଏୟାର ଟ୍ରାଫିକକୁ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ୍-୩୨ ବିମାନ ସମ୍ପର୍କରେ ପଚରାଯିବାରୁ ଧନୋଆ କହିଥିଲେ ଯେ, ଆମ ପାଖରେ ଏଏନ୍୩୨ର ବିକଳ୍ପ ନାହିଁ । ପାହାଡିଆ ଅଞ୍ଚଳରେ ଉଡାଣ ପାଇଁ ଏହି ବିମାନକୁ ବ୍ୟବହାର କରାଯାଏ । ତେଣୁ ଆଗକୁ ମଧ୍ୟ ଏଏନ୍୩୨ ବିମାନ ପାହାଡ ଅଞ୍ଚଳରେ ଉଡାଣ ଜାରି ରଖିବ । ସୂଚନାଥାଉ କି, ୧୯୯୯ ଜୁନ୍ ୨୪ରେ ଭାରତୀୟ ବାୟୁସେନା କାର୍ଗିଲର ଦ୍ରାସ ସେକ୍ଟର ସ୍ଥିତ ଟାଇଗର ହିଲରେ ଥିବା ଅନୁପ୍ରବେଶକାରୀଙ୍କ ଉପରେ ଆକ୍ରମଣ କରିଥିଲା । ଏଥିପାଇଁ ମିରାଜ ୨୦୦୦ ବିମାନକୁ ବ୍ୟବହାର କରାଯାଇଥିଲା । ଜରୁରୀ ପରିସ୍ଥିତି ପାଇଁ ଗ୍ୱାଲିୟର ବିମାନ ଘାଟିରେ ୫ଟି ମିରାଜ, ୩ଟି ମିଗ ୨୧ ଏବଂ ଏକ ସୁଖୋଇ ୩୦ ଯୁଦ୍ଧ ବିମାନ ମୁତୟନ ରଖାଯାଇଥିଲା । ଏହା ଯୁଦ୍ଧ ରୂପରେଖକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା ।

Comments
Post a Comment