ନୂଆଦିଲ୍ଲୀ, ୨୫/୬ : ଖରାତରାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ହାଡ଼ଭଙ୍ଗା ପରିଶ୍ରମ କରି ଦେଶବାସୀଙ୍କ ମୁହଁରେ ଅନ୍ନ କଣିକା ଯୋଗାଉଥିବା ଚାଷୀଙ୍କ କଥା କେବଳ ନିର୍ବାଚନ ସମୟରେ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକଙ୍କର ମନେପଡ଼ିଥାଏ । ଏହି ସମୟରେ ସେମାନଙ୍କ ଭୋଟ୍ ହାତେଇବା ଲାଗି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଚାଷ ପାଇଁ ଉଚ୍ଚ ସୁଧ ହାରରେ କରିଥିବା ଋଣକୁ ଛାଡ କରିବାର ପ୍ରତିଶ୍ରୁତି ଦେଇଥାନ୍ତି ଏହି ରାଜନୈତିକ ଦଳଗୁଡ଼ିକ । କିନ୍ତୁ ନିର୍ବାଚନ ସରିଲେ ବିଜୟୀ ହୋଇ କ୍ଷମତାକୁ ଆସିବା ପରେ ସେମାନଙ୍କ ଏହି ‘ଋଣ ଛାଡ’ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଯାଏ । ଫଳରେ ବିଗତ ୨୦ ବର୍ଷ ମଧ୍ୟରେ ଚାଷ ପାଇଁ ଋଣ ଆଣି ଶୁଝି ନପାରି ଶେଷ ଚାପଗ୍ରସ୍ତ ହୋଇ ୩.୨୨ ଲକ୍ଷରୁ ଊଦ୍ଧ୍ୱର୍ ଗରିବ ଚାଷୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ଉଲ୍ଲେଖ କରିଛି । ଗତ ୧୯୯୫ରୁ ୨୦୧୫ ମଧ୍ୟରେ ମୋଟ୍ ୩ ଲକ୍ଷ ୨୨ଲକ୍ଷ ୨୮ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ବିଶେଷ କରି କୃଷକମାନକଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ମିଳୁନଥିବାବେଳେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯୟ ଓ କୀଟଜନିତ ବିପର୍ଯ୍ୟୟ ହେତୁ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏପରି ପରିସ୍ଥିତିରେ ସେମାନେ ଋଣ ଶୁଝି ନପାରି ବାଧ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି । ଅନ୍ୟପଟେ ୧୯୯୫ରୁ ୨୦୧୫ ମଧ୍ୟରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଠିକ୍ ସଂଖ୍ୟା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ତେବେ ମହରାଷ୍ଟ୍ର ସରକାରଙ୍କ ରିହେବିଲିଟେସନ୍ ଏବଂ ରିଲିଫ୍ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ତଥ୍ୟାନୁଯାୟୀ, ଏହି ରାଜ୍ୟରେ ୨୦୧୫୪ରୁ ୨୦୧୮ ମଧ୍ୟରେ ୧୨,୦୦୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେପଟେ ଏନ୍ସିଆର୍ବି ଅନୁସାରେ ୨୦୧୫ରେ ମହାରାଷ୍ଟ୍ରରେ ୪,୨୯୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେହିପରି ସେହିବର୍ଷ କର୍ଣ୍ଣାଟକରେ ୧୫୬୯, ତେଲେଙ୍ଗାନାରେ ୧୪୦୦, ମଧ୍ୟପ୍ରଦେଶରେ ୧୨୯୦, ଛତିଶଗଡ଼ରେ ୯୫୪, ଆନ୍ଧ୍ରପ୍ରଦେଶରେ ୯୧୬, ତାମିଲନାଡୁରେ ୬୦୬ ଜଣ ଚାଷୀ ଋଣ ଶୁଝିନପାରି ଆତ୍ମହତ୍ୟା କରିଥିବା ଏନ୍ସିଆର୍ବି ପ୍ରକାଶ କରିଛ
Comments
Post a Comment