ଗୋରୁ ଚାଲାଣକାରୀ ଗିରଫ ।; ୪୫ଟି ଗୋରୁଗାଇ ଧରି କୋଲକାତା ଯାଉଥିଲା ।


ଧର୍ମଶାଳା,: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଥିଆ ନିକଟରେ ସୋମବାର ଭୋରୁ ଏକ ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇ ୨୦ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ବେଆଇନ ଗୋରୁ ଚାଲାଣକାରୀକୁ ମଙ୍ଗଳବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ସୋମବାର ଭୋରୁ (ଓଆର-୦୨-ଏନ-୮୨୦୮) ନମ୍ବର ଗାଡ଼ିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଠାରୁ କୁସପଲ୍ଲୀ ଗ୍ରାମର ସେକ୍ ସବାର ୮ଟି ଛୋଟ ଷଣ୍ଢ ସହ ଗାଇ ବାଛୁରି ମିଶାଇ ୪୫ଟି ଗୋରୁଗାଇ ଧରି କୋଲକାତା ଯାଉଥିଲା । ୧୬ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ରଥିଆ ନିକଟରେ ରାସ୍ତା ବନ୍ଦ ଥିବାବେଳ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୁଲିସ ପକ୍ଷରୁ ୨୯୫/୧୯ରେ ଏକ ମାମଲା ରୁଜୁ କି ସେକ୍ କବୀରକୁ ସୋମବାର ଠାରୁ ଅଟକ ରଖାଯାଇଥିବା ବେଳ ତାକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ।

Comments