ଜୁନାଗଡ, ୨୭/୭ : ଭାରତୀୟ ମଜଦୁର ସଂଘର ୬୫ତମ ପ୍ରତିଷ୍ଠା ଦିବସ ଚାରବାହାଲ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏଥିରେ ମଣ୍ଡି ଏବଂ ବିଭିନ୍ନ କ୍ଷେତ୍ର ରେ କାମ କରୁଥିବା ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶର ପୁର୍ବତନ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପଟ୍ଟଯୋଷି ଙ୍କ ଦ୍ୱାରା ଉଦ୍ଘାଟିତ ହୋଇ୍ାଇଥିଲା । ପ୍ରତିଷ୍ଠାତା ସ୍ୱ .ବାପୁରାଜ ଦନ୍ତପନ୍ଥ ଠେଙ୍ଗଡାଜୀ ଙ୍କ ସୃତିଚାରଣ କରାଯାଇଥିଲା । ଏଥିରେ ଜିଲ୍ଲା ଶ୍ରମିକ ସଂଘ, କଳାହାଣ୍ଡି ଜିଲ୍ଲା ରାଇସ୍ ମିଲ୍ ୱାର୍କସ ୟୁନିୟନ ,ଷ୍ଟେରିଲାଇଟ ଲେବର ୟୁନିୟନ ,ଅଙ୍ଗନବାଡି ,ଆଶା କର୍ମି ସଂଘ, ନିର୍ମାଣ ଶ୍ର୍ମିକ ସଂଘ ତଥା ଜିଲ୍ଲାର ବିଭିନ୍ନ କୋଣରୁ ପ୍ରାୟ ୭୦୦ରୁ ଉର୍ଦ୍ଧ ଶ୍ରମିକ ଉପସ୍ଥିତ ରହିଥିଲେ । ସଂଘର ଜିଲ୍ଲାର ସଭାପତି ବିରଞ୍ଚି ପାଢୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଲେ ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ କର ମଞ୍ଚ ପରିଚାଳନା କରିଥିଲେ । ବିଶେଷ କରି ବର୍ତ୍ତମାନ କଲାହାଣ୍ଡି ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ପୂର୍ବରୁ ଟ.୧୦/- କ୍ୟୁଣ୍ଟାଲ ପିଛା ମଜୁରି ପାଉଥିବା ବେଲେ ବର୍ତ୍ତମାନ ସରକାର ଏହାକୁ ଟ୮.୪୭ପ କୁ କମାଇ ଦେଇଥରବାରୁ ଏହାର ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତୀୟ ସମ୍ବଧାନରେ କୌଣସି କର୍ମଚାରୀ ଙ୍କୁ ବେତନ ବୃଦ୍ଧି ପାଇ ହେଲେ କମିବାର ଦୃଷ୍ଟାନ୍ତ ନଥରବା ବେଲେ ଶ୍ରମିକ ମାନଙ୍କ ପାଇଁ ଏହି ପରି ନିୟମ କରାଯାଇଥିବା ଯାହା ନିୟମ ବିରୁଦ୍ଧ ବୋଲି କହିବା ସହ ଏହାର ଶିଘ୍ର ପନର୍ବିଚାର ନକରାଗଲେ ସଂଗଠନ ପକ୍ଷରୁ ଆନ୍ଦୋଲନ କରାଯିବ ବୋଲି ଚରମ ନିଷ୍ପତ୍ତି ନିଆଯାଇଛି । ଦରକାର ପଡିଲେ ମାନ୍ୟବର କୋର୍ଟର ଆଶ୍ରୟ ନିଆଯିବ ବୋଲି ଶ୍ରୀ ବିରଞ୍ଚି ପଣ୍ଡା ମତ ପ୍ରକାଶ କରିଥରଲୋ ପୁନଶ୍ଚ ଓଡିଶା ସରକାରଙ୍କ ଗେଜେଟ ମୁତାବକ ଏକ କ୍ୟୁଣ୍ଟାଲ ଧାନର ପ୍ରକ୍ରିୟାକରଣ ପାଇଁ ଅର୍ଥାତ୍ ଧାନ ଲୋଡ୍,ଅନ୍ ଲୋଡ୍,ଢାଲିବା ଏବଂ ଭତ୍ତି କରିବା ,ସିଲେଇ ଏବଂ ଓଜନ କରିବା ପର୍ଯ୍ୟନ୍ତ ଟ.୨୪.୦୪ପ ଧାର୍ଯ୍ୟ କରାଯାଇଥରବା ବେଲେ ଉପୋରକ୍ତ କାର୍ଯୟ ପାଇଁ ମଣ୍ଡିରେ କେବଳ ଟ.୮.୪୭ପ ଦେବା ପରିତାପର ବିଷୟ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ । ସଂଘର ଅନ୍ୟମାନଙ୍କ ମଧ୍ୟରେ ନବିନ ଛତ୍ରିୟା,ଅରୁଣ ପଣ୍ଡା,ଭବାନୀ ରାଉତ,ଲକ୍ଷ୍ମଣ ରାଉତ,କୁଲ ଦଣ୍ଡସେନା ପ୍ରମୁଖ ସହ୍ୋଗ କରିଥିବା ବେଳେ ରାଧା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Comments
Post a Comment