ତାଳଚେର,୨୭/୭ : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ ତାଳଚେର ସଙ୍କୁଳର ସଙ୍କୁଳ ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ, ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଢେଙ୍କାନାଳ ବିଭାଗର ବିଭାଗ ପ୍ରଚାରକ , ସମ୍ମାନୀତ ଅତିଥି ଉପସଭାପତି ଭୀମସେନ ସାହୁ,ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ତପନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଧ୍ୱଜାରୋପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ମାହୁନ୍ତ ନିଜ ଅଭିଭାଷଣରେ ଭାରତୀୟ ସଂସ୍କୃତିର ମହାନ୍ ପରମ୍ପରା ସମଗ୍ର ବିଶ୍ୱରେ ଏକ ଆଲୋକବର୍ତିକା ସଦୃଶ ହୋଇଥିବା ବେଳେ ଏହାର ପ୍ରଚାର,ପ୍ରସାର ପାଇଁ ସମସ୍ତ ଭାରତୀୟ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ,ଅଭିଭାବିକା ଯୋଗ ଦେଇଥିଲେ । ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ,ସୁଶ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Post a Comment