କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦକ୍ଷ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତ୍ରୀ । ତାଙ୍କ ନିଷ୍ପତ୍ତିକୁ ଦୃଢ଼ତାର ସହ କାର୍ଯ୍ୟକାରୀ କରିବାର କ୍ଷମତା ଏବଂ ମାନସିକ ଦୃଢ଼ତା ରହିଛି । କିନ୍ତୁ ଅନେକ ସମୟରେ ସେ ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣ କରିପାରୁନାହାଁନ୍ତି ଏବଂ ଏହା ହିଁ ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଯେ, ମମତାଙ୍କ ସଂଖ୍ୟାଲଘୁ ତୁଷ୍ଟୀକରଣ ନୀତି ପାଇଁ ରାଜ୍ୟରେ ସମାଜିକ ସନ୍ତୁଳନ ବ୍ୟାହତ ହେଉଛି ଏବଂ ପାରସ୍ପରିକ ସଦ୍ଭାବନା ବ୍ୟାହତ ହେଉଛି । ଏହା ରାଜ୍ୟ ପାଇଁ ସ୍ୱାଗତଯୋଗ୍ୟ ନୁହେଁ । ସବୁ ବର୍ଗକୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ମମତାଙ୍କୁ ସେ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୩୧ରେ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତ ୫ବର୍ଷ ଭିତରେ ରାଜ୍ୟପାଳ ଶ୍ରୀ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତ ପାର୍ଥକ୍ୟ ଓ ମତଭେଦ ସୃଷ୍ଟି ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ସ୍ଥାନରେ ଜଗଦୀପ ଧନକର ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କ ସହିତ ମମତାଙ୍କର କିପରି ସମନ୍ୱୟ ରହୁଛି ତାହା ଦେଖିବାର କଥା ।

Comments
Post a Comment