ନୂଆଦିଲ୍ଲୀ ,୨୩/୭ : କାଙ୍ଗାଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତରେ ଥିବାବେଳେ ସୋମବାର ହ୍ୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ସମୟରେ ଟ୍ରମ୍ପ କହିଥିଲେ ଯେ, ଦୁଇ ସପ୍ତାହ ତଳେ ଭାରତର ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଇମ୍ରାନଙ୍କ ସମ୍ମୁଖରେ ଟ୍ରମ୍ପଙ୍କ ଏଭଳି ବକ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏହା ଉଭୟ ଭାରତ ଓ ଆମେରିକାରେ ବିବାଦର ସୂତ୍ରପାତ କରିଛି । ଏହି ପ୍ରସଙ୍ଗରେ ମଙ୍ଗଳାବର ଦିନତମାମ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ସତ କଣ ତାହା ଜାଣିବାକୁ ଚାହିଁଥିଲେ । ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିରୋଧୀଙ୍କ ଜିଜ୍ଞାସାର ଉତ୍ତର ଦେଇ କହିଥିଲେ ଯେ, କାଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟରେ କେବେ ହେଲେ ପରିବର୍ତ୍ତନ ଆସିନାହିଁ । ଭାରତ କେବେ ହେଲେ କାଶ୍ମୀର ପ୍ରସଙ୍ଗରେ ଅନ୍ୟ କାହାର ମଧ୍ୟସ୍ଥତା ଲୋଡିନାହିଁ । ଦୁଇସପ୍ତାହ ତଳେ ଜାପାନରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ଆଲୋଚନା ହୋଇଥିଲା । ଏଥିରେ କିନ୍ତୁ କାଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା କିମ୍ବା ମୋଦି କେବେ ବି ଟ୍ରମ୍ପଙ୍କୁ ମଧ୍ୟସ୍ଥତା ପାଇଁ କହିନଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ । ଏହାସତ୍ତେ୍ୱ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବିକରି ପ୍ରବଳ ହଟଗୋଲ କରିଥିଲେ । ସେପଟେ ଏହାକୁ ନେଇ ଆମେରିକାରେ ମଧ୍ୟ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା ଓ ନିନ୍ଦାର ଶୀକାର ହେବାକୁ ପଡୁଛି । ଗଣମାଧ୍ୟମଠାରୁ ଆରମ୍ଭ କରି ଆମେରିକୀୟ କଂଗ୍ରେସ ଓ ସିନେଟର ସଦସ୍ୟମାନେ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି । କିଛି ଜନପ୍ରତିନିଧି ଖୋଲାଖୋଲି ଟ୍ରମ୍ପଙ୍କ ନିନ୍ଦା କରିଛନ୍ତି ଓ ତାଙ୍କୁ ମିଛୁଆ ବୋଲି ଦର୍ଶାଇଛନ୍ତି । ଆମେରିକାର କିଛି ଗଣମାଧ୍ୟମ ଏଥିନେଇ ଟ୍ରମ୍ପଙ୍କ ମିଛର ପ୍ରମାଣ ସ୍ୱରୁପ ଭିଡିଓ ଫୁଟେଜକୁ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି । ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଘଟଣାରେ ତାଳି ପକାଇବା ଉଦ୍ୟମ ହୋଇଛି । ଇମ୍ରାନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ବିବରଣୀରୁ କାଶ୍ମୀର ପ୍ରସଙ୍ଗକୁ ବାଦ ଦିଆଯାଇଛି । ମାର୍କିନ ବୈଦେଶିକ ବିଭାଗ ଦର୍ଶାଇଛି ଯେ, ଭାରତ କେବେ କାହାର ମଧ୍ୟସ୍ଥତା ଚାହିଁନି । ପାକିସ୍ତାନ ଆତଙ୍କବାଦ ବନ୍ଦ କଲେ ଲାହୋର ଘୋଷଣାନାମା ଓ ସିମଲା ଚୁକ୍ତି ଅନୁସାରେ ଭାରତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବାରମ୍ବାର କହିଆସିଛି । ଏହା ବ୍ୟତୀତ ହ୍ୱାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା ଏକ ବିବରଣୀରେ ଦର୍ଶାଯାଇଛି ଯେ, କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରସଙ୍ଗ । ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିପାରିବେ । ଏଥିରେ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ଏବଂ ଆମେରିକା ଏଥିରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛ

Comments
Post a Comment