ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଦେଶରୁ ଗରୀବ ହଟିନାହଁ । ଅର୍ଥର ଅଭାବରୁ ହଜାର ହଜାର ପିିଲା ପାଠ ପଢି ପାରୁନାହାଁନ୍ତି । ଶିକ୍ଷାରୁ ବଂଚିତ ହେଉଥିବା ପିଲାମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଅନେକ ରାଜ୍ୟରେ ବିଭିନ୍ନ ପ୍ରକାର ସାହର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଗରୀବ ଅବହେଳିତ ପିଲାମାନଙ୍କୁ ସଂଘର ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନେ ଆଣି ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ଓଡିଶାର ବନବାସୀ କଲ୍ୟାଣ ଆଶ୍ରମ, ଏକଲ ବିଦ୍ୟାଳୟ, ସଂସ୍କାର କେନ୍ଦ୍ର ପରି ବିଭିନ୍ନ ରାଜ୍ୟରେ ଶିକ୍ଷାରୁ ବଂଚିତ ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି ।
ଏବେ ଉତର ପ୍ରଦେଶର ଆଜମଗଡ ଠାରେ ସଂଘର ସେବା ବିଭାଗ ସେବା ଭାରତୀ ତରଫରୁ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୫ ତାରିଖରେ ଏଠାରେ ଏକ ଛାତ୍ରାବାସର ଶୁଭାରମ୍ଭ କରାଯିବ । ସେବ ଭାରତୀ ତରଫରୁ କୁଶୀନଗର ଠାରେ ୫୦ ଜଣ ଏବଂ ଦୁଦହୀ ଠାରେ ୧୪ ଜଣ ଶିଶୁଙ୍କୁ ଆଣି ପାଠ ପଢା ଯାଉଛି । ଯେଉଁପିଲାମାନେ ଦାରିଦ୍ର୍ୟତା ଯୋଗୁଁ ପାଠ ପଢି ପାରୁ ନାହାଁନ୍ତି ସେମନଙ୍କୁ ଆଣି ସଂଘ ଓ ଏହାର ଆନୁସଙ୍ଗିକ କ୍ଷେତ୍ର ଦ୍ୱାରା ପରିଚାଳିତ ଛାତ୍ରାବାସରେ ସେମାନଙ୍କୁ ରଖି ଶିକ୍ଷାଦାନ ଦିଆଯାଉଛି । ସେମାନଙ୍କର ରହିବା, ଖାଇବା, ନିକଟରେ ଥିବା ବିଦ୍ୟାଳୟକୁ ପାଠ ପଢାଇବା ପାଇଁ ପଠାଇବା, ବିଦ୍ୟାଳୟକୁ ଗଲାବେଳେ ସାଥିରେ ଭୋଜନ ପ୍ରସ୍ତୁତ କରି ପଠାଇବା, ବହି ପତ୍ର ଏବଂ ସମସ୍ତ ଖର୍ଚ୍ଚ ସେହି ପିଲାମାନଙ୍କୁ ଯୋଗାଇ ଦିଆଯାଉଛି ।
ସଂଘର ସେବା ବିଭାଗ ସେବାଭାରତୀକୁ ଅମର ସିଂହ ଗତ ବର୍ଷ ନିଜର ପୈତୃକ ସମ୍ପତିକୁ ଦାନ କରିଥିଲେ । ସେହି ଠାରେ ଉତରପ୍ରଦେଶର ଆଜମଗଡରେ ସେବା ଭାରତୀର ଛାତ୍ରବାସ ଆରମ୍ଭ ହୋଇଛି । ଏହି ଛାତ୍ରାବାସର ନାମ ହେଉଛି ଠାକୁର ହରିଶ୍ଚନ୍ଦ୍ର ସେବା ସଂସ୍ଥାନ ।
ଆଜମଗଡର ଛାତ୍ରାବାସ ପରି ଗୋରଖପୁରରେ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ୧୯୮୩ରୁ ଏହିପରି ପ୍ରକଳ୍ପ ଚାଲୁଅଛି । ପୂର୍ବୋତର ରାଜ୍ୟ ଏବଂ ନକ୍ସଲ ପ୍ରଭାବିତ ଅଂଚଳରୁ ୭୦ରୁ ଉଦ୍ଧ୍ୱର୍ ପିଲାଙ୍କୁ ଆଣି ଏଠାରେ ରଖି ପାଠ ପଢା ଯାଉଛି । ଏହି ପ୍ରକଳ୍ପ ଜନତାଙ୍କ ସହଯୋଗରେ ଚାଲୁଅଛି । ତତ୍କାଳୀନ ଗୋରଖପୀଠାଧିଶ୍ୱର ମହନ୍ତ ଅବୈଦ୍ୟନାଥ ଗୋରଖନାଥ ମନ୍ଦିରରେ ଏହି ପ୍ରକଳ୍ପ ଆରମ୍ଭ ପାଇଁ ସ୍ଥାନ ଦେଇଥିଲେ । ୧୯୮୭ ପର୍ଯ୍ୟନ୍ତ ଏଠାରେ ଏହି ପ୍ରକଳ୍ପ ଚାଲିଥିଲା । ରାମପ୍ରସାଦ ଅଷ୍ଟିଶିୟନଙ୍କ ପରିବାର ଗୋରଖନାଥ କ୍ଷେତ୍ରରେ ଏକ ଭବନ ଦାନ କଲେ । ତାପରେ ବନବାସୀ କଲ୍ୟାଣ ଆଶ୍ରମର ଏହି ପ୍ରକଳ୍ପ ସେଠାକୁ ସ୍ଥାନାନ୍ତରିତ ହୋଇଥିଲା । ଏଠାରେ ପିଲାମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୩୬ ବର୍ଷ ମଧ୍ୟରେ ଏଠାରେ ରହି ପାଠ ପଢୁଥିବା ପିଲାମାନଙ୍କ ମଧ୍ୟରୁ ଅନେକ ଡାକ୍ତର, ଆଇନଜୀବୀ, କେନ୍ଦ୍ର-ରାଜ୍ୟ ଅଧିକାରୀ ଓ କର୍ମଚାରୀ ହୋଇ ପାରିଛନ୍ତି ।
Comments
Post a Comment