ଗୁରୁବାର ସଂସଦରେ ପାରିତ ହୋଇଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ । ମୋଦି ସରକାର ପୁଣି ଥରେ କ୍ଷମତାଶୀନ ହେବାପରେ ଲୋକସଭାରେ ପ୍ରଥମ ବିଲ ସ୍ୱରୁପ ତିନତଲାକ ବିଲ ବା ମୁସଲିମ ମହିଳା( ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ବାଚନିକ ଭୋଟରେ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୦୩ ଭୋଟ ପଡିଥିଲା । ଏହାକୁ ବିରୋଧ କରୁଥିବା କଂଗ୍ରେସ, ବସପା, ସପା, ଡିଏମକେ, ଟିଏମସି ଓ ଏନଡିଏର ସଦସ୍ୟ ଥିବା ଜେଡିୟୁର ସାଂସଦମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ । ଏହି ବିଲ ଉପରେ ଥିବା ବ୍ୟବସ୍ଥା ମୁତାବକ ଯେଉଁ ମୁସଲିମ ପୁରୁଷମାନେ ତତକ୍ଷଣାତ ତିନତଲାକ ଦେବେ ସେମାନଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିବଏହି ବିଲକୁ ଆଗତ କରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ, ଆମେ ରାଜୀବ ଗାନ୍ଧୀ ସରକାର ନୋହୁଁ ଯେ, ଏଭଳି ବିଲକୁ ନେଇ ରାଜନୀତି କରିବୁ । ସେ କହିଥିଲେ ଏହି ବିଲ ୨୦୧୭ରେ ପ୍ରଥମେ ଲୋକସଭାରେ ପାରିତ ହୋଇଥିଲା । ହେଲେ ସେବେଠାରୁ ବିରୋଧୀ ଏହାକୁ ବିରୋଧ କରିଆସୁଛନ୍ତି । କିନ୍ତୁ ତାହା ପରଠାରୁ ୫୪୭ଏଭଳି ତଲାକ ମାମଲା ସମ୍ମୁଖକୁ ଆସିଛି ଯେଉଁଠାରେ ମୁସଲିମ ମହିଳାମାନଙ୍କୁ ନିର୍ଯାତିତା ହେବାକୁ ପଡିଛି । ଏହି ବିଲ ଲିଙ୍ଗଗତ ବୈଷମ୍ୟ ବିରୋଧରେ ଏକ ଶକ୍ତ ବ୍ୟବସ୍ଥା ହେବ ବୋଲି ସେ କହିଥିଲେ ।

Comments
Post a Comment