କାଶ୍ମୀର ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆହୁରି ଯୋରଦାର କରିବାକୁ ସେଠାକୁ ଅଧିକ ୧୦ ହଜାର ଫୋର୍ସ ପଠାଇବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ନିଷ୍ପତ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି । ଏହା ଫଳରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ସମ୍ଭବ ହୋଇପାରିବ । ଆସନ୍ତା ନଭେମ୍ବର ମାସରେ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ରାଜ୍ୟରେ ଆତଙ୍କବାଦକୁ ନିର୍ମୂଳ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କାଶ୍ମୀର ପରିସ୍ଥିତିର ସମୀକ୍ଷା କରିବା ପରେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ଗତ ଫେବୃଆରୀ ମାସରେ ଆତଙ୍କବାଦୀଙ୍କ ପୁଲୱାମା ହମଲା ପରେ କାଶ୍ମୀର ଉପତ୍ୟକାରେ ସେମତି କିଛି ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇନି । ବରଂ ଏହି ସମୟ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ଏବଂ ଉପତ୍ୟକାର ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି । ଏହା ସତ୍ତେ୍ୱ କେନ୍ଦ୍ର ସରକାର କାହିଁକି କାଶ୍ମୀରକୁ ଅଧିକ ୧୦ ହଜାର ଫୋର୍ସ ପଠାଇବାକୁ ନିଷ୍ପତ୍ତି ନେଲେ ଏହା ଅନେକଙ୍କୁ ବିସ୍ମିତ କରିଛି । ଜାମ୍ମୁ-କାଶ୍ମୀରରେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି ଏବଂ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରୁଛନ୍ତି । ସେଥିପାଇଁ ସୁରକ୍ଷା ଦୃଷ୍ଟି କୋଣରୁ ଉପତ୍ୟକାକୁ ଅଧିକ ଫୋର୍ସ ପଠାଇବାକୁ ସରକାର ନିଷ୍ପତ୍ତି ନେଇଥିବା ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । କିନ୍ତୁ ବାସ୍ତବ କାରଣ ହେଲା ଭିନ୍ନ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀ ମାନେ କାଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମଲା କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସୀମା ଆରପଟୁ ପାକ୍ ଆତଙ୍କବାଦୀମାନେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ସେମାନେ କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ସହିତ ଯୋଗାଯୋଗରେ ଅଛନ୍ତି । କାଶ୍ମୀର ଉପତ୍ୟକାରେ ଏବେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ ମାନେ ନିଷ୍କ୍ରିୟ ହୋଇପଡ଼ିଛନ୍ତି । ଭାରତୀୟ ସେନାର ବାଲାକୋଟରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ସୁରକ୍ଷା ବାହିନୀର ଯୋରଦାର ଅପରେସନ୍ ପରେ କାଶ୍ମୀରରେ ଆତଙ୍କାଦୀମାନେ ଦବି ଯାଇଛନ୍ତି । ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଗିରଫ କରାଯାଇ ଜେଲରେ ପଶାଯାଇଛି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଅଧିକ ଶକ୍ତିଶାଳି ହୋଇ କ୍ଷମତା ଦଖଲ କରିବା ପରେ କାଶ୍ମୀର ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବ୍ୟକ୍ତିଗତ ଭାବେ କାଶ୍ମୀର ପ୍ରସଙ୍ଗକୁ ଗମ୍ଭୀରତାର ସହ ବୁଝୁଛନ୍ତି । ୨୦୨୪ ସୁଦ୍ଧା ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ଏବଂ ସମ୍ବିଧାନର ଧାରା ୩୭୦ ଓ ୩୫-ଏକୁ ଉଚ୍ଛେଦ କରିବା ନିମନ୍ତେ ବିଜେପି ପଣ କରିଛି । ଏଭଳି ପରିସ୍ଥିତିରେ ଆତଙ୍କବାଦୀ ମାନେ ଉପତ୍ୟକାରେ ନିଜ ଉପସ୍ଥିତି ଜାହିର କରିବାକୁ ଶୀଘ୍ର ଯୋରଦାର ହମଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଛି । ଏହି ସୂଚନା ମିଳିବା ପରେ ସେଠାକୁ ଅଧିକ ଫୋର୍ସ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏକ ଜରୁରୀ ବୈଠକ ଡାକିଥିଲେ ଏବଂ ବୈଠକରେ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପରେ ସୁରକ୍ଷା ପ୍ରସଙ୍ଗରେ ଆଦୋ÷ ସାଲିସ୍ କରିବା ଉଚିତ୍ ହେବ ନହିଁ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଅଜିତ ଡୋଭାଲଙ୍କ ସୁପାରିସକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାଶ୍ମୀର ଉପତ୍ୟକାକୁ ଅଧିକ ଫୋର୍ସ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସଫଳତାର ସହ ସମ୍ପନ୍ନ ହୋଇଛି । ଅମରନାଥ ଯାତ୍ରା ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ଆଉ କାଶ୍ମିରୀ ଯୁବକମାନେ ଅଧିକାରୁ ଅଧିକ ସଂଖ୍ୟାରେ ସେନା ବାହିନୀ, ଅର୍ଦ୍ଧସାମରିକ ବାହିନୀ ବା ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଉଛନ୍ତି । ଏହା ଆତଙ୍କବାଦୀଙ୍କ ହୋସ୍ ଉଡ଼ାଇ ଦେଇଛି । ପାକିସ୍ତାନରେ ପ୍ରତିଷ୍ଠିତ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ କାଶ୍ମୀର ୁପତ୍ୟକାରେ ପୁଣି ରକ୍ତପାତ ପାଇଁ ନୂଆ ଯୋଜନା କରୁଛନ୍ତି । ପାକ୍ ସେନା ଏଥିରେ ସହଯୋଗ କରୁଛି । କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି ବୋଲି ପାକିସ୍ତାନ ଯେଉଁ ଅପପ୍ରଚାର କରୁଛି, ତାହାକୁ ସଠିକ୍ ବୋଲି ପ୍ରମାଣିତ କରିବାକୁ ପାକ୍ ସେନା ତତ୍ପର ହୋଇ ଉଠିଛି । ଏହାର ମୁକାବିଲା ପାଇଁ କାଶ୍ମୀର ଉପତ୍ୟକାକୁ ଅଧିକ ୧୦ ହଜାର ଫୋର୍ସ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଜାମ୍ମ୍ୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଏହା ଦ୍ୱାରା କାଶ୍ମୀର ପରିସ୍ଥିତି ଅଧିକ ବିଗିଡ଼ିବ ଏବଂ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । କାଶ୍ମୀରକୁ ଅଧିକ ଫୋର୍ସ ପଠାଇବାର କୋ÷ଣସି ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ନ୍ୟାସନାଲ୍ କନଫରେନ୍ସ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ପସନ୍ଦ କରୁନି । ଆଗାମୀ ବିଧାନସଭା ନିର୍ବାଚନରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ ସଙ୍ଗଠନର ସହଯୋଗ ଏବଂ କାଶ୍ମୀର ଉପତ୍ୟକାର ପଥଭ୍ରଷ୍ଟ ଯୁବକମାନଙ୍କ ସମର୍ଥନ ହାସଲ କରିବାକୁ ଉଭୟ ଆଞ୍ଚଳିକ ଦଳ ଏଭଳି ଅଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏଥିପାଇଁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପ୍ରସ୍ତାବକୁ ସେମାନେ ବିରୋଧ କରୁଛନ୍ତି । କିନ୍ତୁ ସରକାର ଏଥିରେ ଭୟଭୀତ ବା ଚାପର ସମ୍ମୁଖୀନ ନହୋଇ ଦୃଢ଼ତା ବଜାୟ ରଖିବା ଉଚିତ । କାଶ୍ମୀର ପ୍ରସଙ୍ଗରେ ସରକାରଙ୍କ ଦୃଢ଼ ଆଭିମୁଖ୍ୟକୁ ଦେଶବାସୀ ସମର୍ଥନ କରୁଛନ୍ତି । ଗତ ନିର୍ବାଚନରେ ଏହା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା ଯେଉଁଥିପାଇଁ ମୋଦିଙ୍କୁ ଦେଶବାସୀ ସମର୍ଥନ କରି ବିପୁଳ ଭୋଟ୍ରେ ବିଜୟୀ କରାଇଥିଲେ । ସରକାର ଏହି ଦୃଢ଼ତାକୁ ବଜାୟ ରଖିବା ଉଚିତ ଏବଂ କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବାକୁ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । କଂଗ୍ରେସ ସମେତ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ନୈତିକ ସମର୍ଥନ ପ୍ରଦାନ କରିବା ଉଚିତ । କାରଣ ଦେଶର ସୁରକ୍ଷା ପ୍ରସଙ୍ଗ ନେଇ ରାଜନୀତି କଦାପି ସ୍ପୃହଣୀୟ ନୁହେଁ । ବାଲାକୋଟ୍ ହମଲା ପରେ ବିରୋଧୀ ଦଳମାନେ ଯେପରି ସରକାର ବା ସେନା ବାହିନୀଠାରୁ ଏହାର ପ୍ରମାଣ ଦାବି କରିଥିଲେ ତାହାର ପୁନରାବୃତ୍ତି ହେବା ଉଚିତ ନୁହେଁ । କାଶ୍ମୀର ପ୍ରସଙ୍ଗକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିଶ୍ୱଦରବାରରେ ଉପସ୍ଥାପନ କରି ଭାରତ ମୁଣ୍ଡରେ ଦୋଷ ଲଦିବାକୁ ପ୍ରୟାସ କରୁଛନ୍ତି । ଭାରତ ସରକାର ଏହାକୁ ବିଫଳ କରିବା ପାଇଁ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରିବା ଉଚିତ ।

Comments
Post a Comment